STORYMIRROR

Jitendra Giri

Inspirational

4.0  

Jitendra Giri

Inspirational

ତାଳି ମାରି କୁହ

ତାଳି ମାରି କୁହ

1 min
176

ମୋ କଲମରୁ


ତାଳି ମାରି କୁହ ବିଉଟିଫୂଲ୍


ଯେତେ ଦୁଃଖ ଆସୁ କେବେ ଭାଙ୍ଗିବନି

     ନିଜ ମନବଳ କୁ ଯେ

ମନକୁ କଠୋର  ତୀକ୍ଷ୍ଣ ଅସ୍ତ୍ର କରି

    ଜିତିଯାଅ ବାଜି ନିଜେ।


ଭାରତ ଦେଶରେ ଜନମ ପାଇଛ

   ଭାରି ଗରବ ର କଥା

ଭୁଲନାହିଁ ଆମ ପୂର୍ବପୁରୁଷଙ୍କ 

  ବୀରତ୍ୱର ସେଇ ଗାଥା।


ଥିଲେ ସିଏ ବୀର ତୁମେ ବି ଯେ ବୀର

     ଭୂଳନାହିଁ ବିଲକୁଲ୍

ତୁମେ ଦୁଃଖକୁ ହରେଇ ତାଳି ମାରି

      କୁହ ବିଉଟିଫୁଲ୍।


ତମ ଦେହେ ଅଛି ସାତସିଂହ ବଳ

    ମନେରଖ ଚିରକାଳ

ବାତ୍ୟା ଅବା ମହାମାରୀ ତୁମକୁ ଯେ

    ପାରିବନି କରି ଦୁର୍ବଳ।


ଆତ୍ମବିଶ୍ବାସ ତୁମ ବନ୍ଧୁକ ସମାନ

    ପ୍ରତିଜ୍ଞା ତୁମର ଗୁଳି

ଦାରିଦ୍ର୍ୟ ହତାଶା ବଡ଼ଶତ୍ରୁ ତୁମ

    ମାରିଦିଅ ତାଙ୍କୁ ଗୁଳି।


କର୍ମ ଯେ ତୁମର ପୈତୃକ ସଂପତ୍ତି

   ତହିଁ ନିତି ଲାଗି ରହିଥିବ

ସୁକର୍ମ ବଳରେ ସାରା ସଂସାରକୁ

    ତମେ ପରା ଜିତିଯିବ।


ଡରି ଯାଅନାହିଁ ହାରି ଯାଅନାହିଁ

    ମାଡ଼ିଚାଲ ତୁମେ ଆଗକୁ

ବୀରର ଜାତକେ ଲେଖା ଅଛି ପରା

   ଘୁଞ୍ଚେ ନାହିଁ ସେ ପଛକୁ।



Rate this content
Log in

Similar oriya poem from Inspirational