STORYMIRROR

Jitendra Giri

Others

3  

Jitendra Giri

Others

ତଥାପି ଅଦୃଶ୍ୟ ତୁମେ

ତଥାପି ଅଦୃଶ୍ୟ ତୁମେ

1 min
239


ଦରଶନ ଦିଅ ଆହେ ମହାବାହୁ

  ଆଖି ଖୋଜେ ତୁମ ଛବି

ମନ ମନ୍ଦିରରେ ଅମା ଅନ୍ଧକାର

  ଦିଶୁ ନାହିଁ ତୁମ ଛବି।


ମନ୍ଦିରେ ମନ୍ଦିରେ ମୂରତି ତୁମର

  ତଥାପି ଅଦୃଶ୍ୟ ତୁମେ

ନିରାଶ୍ରୟ ମୁଁ ଯେ କରହେ ଉଦ୍ଧାର

  ପତିତପାବନ ନାମେ।


ଶୁଣିଛି ମୁଁ ପରା ତୁମ ଦୟା ହେଲେ

   ପଙ୍ଗୁ ଲଂଘି ଯାଏ ଗିରୀ

ମୁଁ ଯେ ଅସହାୟ ମୋତେ ଦୟା କର

  ଆହେ ନୀଳାଦ୍ରି ବିହାରୀ।


ଆହୁରି ଶୁଣିଛି ତୁମ କୃପା ବଳେ

  ଗୀତ ଗାଏ ପରା ମୂକ

ମୁଁ ଯେ ଦୀନହୀନ ଆହେ କୃପାସିନ୍ଧୁ

  ଦୂର କର ମୋର ଶୋକ।


ସର୍ବ ହୃଦୟରେ ବାସ କରି ପ୍ରଭୁ

  ତୁମେ ବିଶ୍ୱରୁପୀ ହେଲ

ହେଲେ ଆଜି ହୃଦେ ଅକୁହା ବେଦନା

   ଜମା ଲାଗୁ ନାହିଁ ଭଲ।


ତୁମେ ତ ନିଃଶ୍ୱାସ ତୁମେ ତ ବିଶ୍ୱାସ

   ତୁମେ ପ୍ରଭୁ ହୃଷୀକେଶ

ତୁମେ ଥାଉ ଥାଉ ତଥାପି କାହିଁକି

   ଲାଗୁଛି ଅଣ ନିଃଶ୍ୱାସ।


ଭାଗବତ କହେ ତୁମ ନାମ ନେଲେ

   ସର୍ବ ସିଦ୍ଧି ମିଳିଯାଏ

ତୁମ ନାମ ନେଇ ବହୁ ବାର କିଆଁ

  ଜିତା ବାଜି ହାରି ଯାଏ।


ଅନାଥ ର ନାଥ ଆହେ ଜଗନ୍ନାଥ

  ଭକ୍ତ ବନ୍ଧୁ ବାସୁଦେବ

ଅଥୟ ହେଲାଣି ଜୀବନ ଜୀବିକା

  ରକ୍ଷା କର ହେ ମାଧବ ।


Rate this content
Log in