STORYMIRROR

Jitendra Giri

Others

4  

Jitendra Giri

Others

ଜଳ ଜଳ ହେଇଦିଶୁଛି

ଜଳ ଜଳ ହେଇଦିଶୁଛି

1 min
234


ଦୁଇ ଶ ଟଙ୍କିଆ କୁର୍ତ୍ତା ଖଣ୍ଡେ ପିନ୍ଧି

  ଶ୍ରମିକ ର ନେତା ସାଜିଛି

ବାବୁ ସାଥେ ମିଶି ଶ୍ରମିକ ଛାତିରେ

 ଠିଆ ଗୋଇଁଠା ଟେ ମାରୁଛି।


ନିର୍ବାଚନ ବେଳେ ଦାନବୀର ସାଜି

  ନୋଟ ବାଣ୍ଟି ଜିତି ଯାଉଛି

ସରକାରୀ ଜମି ଆଉ ଅର୍ଥ ସବୁ

  ସର୍ବଗିଳା ହେଇ ଖାଉଛି।


ସରକାରୀ ଘରେ ତଳ ପଦବୀରେ

  ଚାକିରୀ ଖଣ୍ଡିଏ କରିଛି

କେଇ ବରସରେ ହାତଗୁଂଞ୍ଜା ନେଇ

  କୁବେର ଉପାଧି ପାଉଛି।


ମୁଣ୍ଡେ ଚିତା କାଟି ପ୍ରବଚନ ବାଣ୍ଟି

 ସିଏ ଆଶ୍ରମ ଗଢ଼ି ଚାଲିଛି

ନିରୀହ ମନରେ କୁସଂସ୍କାର ଭରି

 ନିଜକୁ ଈଶ୍ୱର କହୁଛି।


ନୂଆ ନିୟମରେ ଭାରି ଖୁସି ସିଏ

  ଅନଲାଇନ ପାଠ ପଢ଼ୁଛି

ମିଛ କୁହା ଯନ୍ତ୍ର ପାଇଛି ବୋଲି ସେ

  ମନେ ମନେ ମହୁ ଚାଟୁଛି।


ଦାନା ସାଥେ ସିଏ ଭତ୍ତା ଦେଉଅଛି

  ପୁଣି ମଦ ଭାଟି ସବୁ ଖୋଲିଛି

ଗରିବଙ୍କ ପାଇଁ ଏଇ ବଫେଇ ବ୍ୟବସ୍ଥା

  ଭାରି ଜନ ମାଙ୍ଗଳିକ ହେଇଛି।


ପ୍ରତି ଗ୍ରାମେ ଗ୍ରାମେ ନୂଆ ଗୁଣ୍ଡା ଜନ୍ମେ

  ବେକାରୀ କାରଣ ସାଜିଛି

ଭାଷଣରେ ସବୁ ଆଲୁଅ ଜାଳନ୍ତି

 ଯାହା ଜଳ ଜଳ ହେଇ ଦିଶୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍