STORYMIRROR

Jitendra Giri

Inspirational

3  

Jitendra Giri

Inspirational

କାହିଁକି ଡାକିବ ଗଜ

କାହିଁକି ଡାକିବ ଗଜ

1 min
227


ସବୁଜ ବନସ୍ତେ ନିଆଁ ଲଗାଇଲ

    ଧାନବିଲ ମୁହାଁ ଗଜ

କୋଉ ଖୁସି ତାଙ୍କ ଉଚ୍ଛୁଳି ଗଲାଯେ

   କାହିଁକି ଡାକିବ ଗଜ।


ଚାଇନା ସୁନ୍ଦରୀ ଉପସ୍ଥିତି ପାଇଁ

  ପାଣିଆ ଏ ସନ ରଜ

ମୁଖେ ତୁଣ୍ଡି ବାନ୍ଧି ଭଉଣୀ ଝିଆରୀ

  କେମିତି ହେବ ଯେ ସଜ।


ଢ଼ିଙ୍କି କୁଟା ଚୁନା ସପନ ହେଲାଣି

  ଘରେ ଘରେ ଗ୍ରାଇଣ୍ଡର

ପୋଡ଼ ପିଠାର ଯେ ସ୍ଵାଦ କମିଲାଣି

   କଅଣ କହିବି ଛାର।


ରଜ ପାନର ବି ଚରିତ୍ର ବଦଳି

   ନିଆଁଲଗା ପାନ ହେଲା

ବଜାରେ ଦେଖିଲି ପାନ ମଧ୍ୟେ ନିଆଁ

   ଏମିତି କେମିତି ହେଲା।


ବଡ଼ ବଡ଼ ଗଛ କଟା ହେଇଗଲା

   ରହିଛନ୍ତି ଛୋଟ ଛୋଟ

ଦୋଳି ମାନଙ୍କର ଶବଦ ସବୁ ଯେ

   କାଇଁ ହେବ କଟ ମଟ।


କବାଡ଼ି ବାଗୁଡ଼ି ଖେଳ ବନ୍ଦ ହେଲା

   ରକ୍ଷା କରି ଦୂରତାକୁ 

ମହାମାରୀ ସବୁ ଖେଳ ବିଗାଡ଼ିଲା

   କହିବା ଆଉ କାହାକୁ।


ରଜସ୍ୱଳା ଜାଣି ଧରଣୀ ମାତାର

  ଛାତିରେ ଛେପ ପକାଅ 

ଖଇନି ଗୁଟୁକା ସବୁକୁ ଚୋବାଅ

  କେମିତିକା ତମେ ପୁଅ।



Rate this content
Log in

Similar oriya poem from Inspirational