STORYMIRROR

Jitendra Giri

Others

3  

Jitendra Giri

Others

ତୁମ ହେଇଯିବ ପ୍ରାୟଶ୍ଚିତ

ତୁମ ହେଇଯିବ ପ୍ରାୟଶ୍ଚିତ

1 min
205


ବାପା ମାଆଙ୍କୁ ଯେ ହତାଦର କରି 

    ନିଜକୁ କରନା ବିକୃତ

ବେଳ ଥାଉଁ ଥାଉଁ ତାଙ୍କ ସେବା କର

   ତୁମ ହେଇଯିବ ପ୍ରାୟଶ୍ଚିତ।


ପ୍ରେମିକା ସହିତ ତୁମେ ପ୍ରତାରଣା କଲ

    ଭୁଲିଗଲ ସବୁ ମହତ

ପ୍ରେମକୁ ସମ୍ମାନ ଦିଅ ପ୍ରେମିକାକୁ ମନ

   ତୁମ ହେଇଯିବ ପ୍ରାୟଶ୍ଚିତ।


ମଦ ପିଇ କରି ସ୍ତ୍ରୀ ପିଲାଙ୍କୁ ମାରୁଛ

   ହେଇ ତୁମେ ଅଧା ମୃତ

 ସ୍ନେହ ସୁସମ୍ପର୍କରେ ତାଙ୍କୁ ବାନ୍ଧିରଖ

   ତୁମ ହେଇଯିବ ପ୍ରାୟଶ୍ଚିତ।


ପର ନାରୀ ପ୍ରତି ଆଖି ଯେ ତୁମର

  ତୁମେ ଚରିତ୍ରହୀନ ଘୋଷିତ

ଚରିତ୍ର ସଜାଡ଼ି ହୁଅ ଏକ ପତ୍ନିବ୍ରତା

 ତୁମ ହେଇଯିବ ପ୍ରାୟଶ୍ଚିତ।


ନୀତି ସଞ୍ଜ ବେଳେ ଛକ ବଜାରରେ

  ତୁମେ କରୁଛ ଭାରି ଉତ୍ପାତ

ଟିକେ ବଡ଼ ସାନ ମାନ ତାଙ୍କୁ ଦିଅ ସମ୍ମାନ

     ତୁମ ହେଇଯିବ ପ୍ରାୟଶ୍ଚିତ।


ନିଜ ସ୍ବାର୍ଥ ଲାଗି ବୃକ୍ଷକୁ କାଟୁଛ

  ତୁମେ ହେଇ ଜିଅନ୍ତା ଭୂତ

ସମାଜ ହିତାର୍ଥେ ବୃକ୍ଷ ରୋପି ଚାଲ

  ତୁମ ହେଇଯିବ ପ୍ରାୟଶ୍ଚିତ।



Rate this content
Log in