STORYMIRROR

Kalandi pal

Inspirational

3  

Kalandi pal

Inspirational

ମୁକ ସାକ୍ଷୀ ଶ୍ରୀ ମନ୍ଦିର

ମୁକ ସାକ୍ଷୀ ଶ୍ରୀ ମନ୍ଦିର

1 min
211


ପ୍ରାଚୀନ କଳାର ପ୍ରାଚୀନ ଐତିହ୍ୟ

    ଏଇ ଆମ ଶ୍ରୀ ମନ୍ଦିର

ଏକା ମୁକ ସାକ୍ଷୀ ରହିଛି ସେକାଳୁ

    ଶ୍ରୀ କ୍ଷେତ୍ରର ଗନ୍ତାଘର ।


କେତେ ରାଜା କେତେ କୃତିତ୍ୱ ଗଲାଣି

    ଗଲାଣି କେତେ ଭକତ

କେତେ ମଠବାଡି କେତେ ରୀତିନୀତି

    ଗଲାଣି କେତେ ମହନ୍ତ ।


କେତେ ଯୁଦ୍ଧ କେତେ ଜୟ ପରାଜୟ

    ଘଟିଛି କଳିଙ୍ଗ ରାଜ୍ୟେ

କେତେ ଯୋଦ୍ଧା ଗଲେ କେତେଯେ ଆସିଲେ

    କେତେ ପଟୁଆର ସାଜେ ।


କେତେ ଯେ ବିଭ୍ରାଟ ନିତି କାନ୍ତି ବେଳେ.

    କେତେ କେତେ ବଡ଼ପଣ୍ଡା

ଦେଖେ ଶ୍ରୀ ମନ୍ଦିର ଯୁଗ ଯୁଗ ପାଇଁ

    ଉଡାଇ ଶ୍ରୀ କ୍ଷେତ୍ରେ ଧଣ୍ଡା ।


କେତେ ରଥଯାତ୍ରା କେତେ ଯେ ବାହୁଡା଼

    କେତେ ନବ କଳେବର

କୋଟି କୋଟି ଶବ ସ୍ୱର୍ଗଦ୍ୱାର ଯାଏ

    ମୁକ ସାକ୍ଷୀ ସେହି ତାର ।


ବାଇଶି ପାହାଚ ଛୁଏଁ କେତେ ପାଦ

    ହିସାବ ରଖିଛି ସିଏ

କେତେ ପ୍ରଶାସନ କେତେଯେ ପଣ୍ଡିତ

    ମୁକ୍ତି ମଣ୍ଡପରୁ ଯାଏ ।


କେତେ ମାନସିକ କେତେ ଅଭିମାନ

    କେତେ କେତେ ଭକ୍ତଙ୍କର

ମୁକ ସାକ୍ଷୀ ଏକା ଶ୍ରୀ କ୍ଷେତ୍ର ଭୂଇଁରେ

    ଏଇ ଆମ ଶ୍ରୀ ମନ୍ଦିର ।



Rate this content
Log in

Similar oriya poem from Inspirational