STORYMIRROR

Kamalini Panigrahi

Inspirational

4  

Kamalini Panigrahi

Inspirational

ଜନନୀ ଭଗିନୀ ଜାୟା

ଜନନୀ ଭଗିନୀ ଜାୟା

1 min
434

ତ୍ୟାଗର ଆକାଶେ ଚୀର ବନ୍ଦନୀୟା 

ଜନନୀ ଜାୟା ଭଗିନୀ 

ସୃଷ୍ଟି ସ୍ଥିତି ପ୍ରଳୟର ସର୍ବଶ୍ରେଷ୍ଠ

ବିସ୍ମୟ ଓଁକାର ଧ୍ଵନି।।


ମମତାର ଫଲ୍ଗୁ ବିଛୁରିତ କରୁ

ପଣତ ତୋର ଘୋଡାଇ

ଶକ୍ତିମୟୀ ପ୍ରେମମୟୀ ସତ୍ୟମୟୀ

ସ୍ଵୟଂ କ୍ଳେଶ ଭୁଲିଯାଇ।।


ତ୍ୟାଗ ବଳୀଦାନ ଅଧିଷ୍ଠାତ୍ରୀ ଦେବୀ

ଜୀବନର ସଂଚାରିଣୀ

ଜୀବନ ଜ୍ୟୋତିର ପ୍ରଥମ କିରଣ

ଭୂମିଷ୍ଠ କରାଉ ପୁଣି।।


ଅମୃତର ଧାରା

ତୋ ପ୍ରେମ ପସରା

ନିଗାଡି ଦେଉ ବକ୍ଷରୁ

ତୋ ପ୍ରେମ ପୀୟୂଷ ଅଭୟ ଆୟୁଷ

ବାଢ଼ିଦେଉ ହୃଦୟରୁ।।


ଧୈର୍ଯ୍ୟର ଅଖଣ୍ଡ ଜ୍ୟୋତି ତୋ ପାଖରେ

ହରାଇପାରେନା କ୍ଳେଶ

ମହନୀୟ ପବିତ୍ରତା ତୋ ଚାହାଣୀ

ତୋ ସ୍ପର୍ଶ ଦିଏ ଆଶ୍ଲେଷ।।


ଜଳୁ ଦିବାନିଶି ଯଜ୍ଞାହୁତି ସମ

ପ୍ରକାଶି ଯେ ଔଜଲ୍ୟରେ

ବଳ ବୀର୍ଯ୍ୟ ଶୌର୍ଯ୍ୟ ପୁରୁଷ ପ୍ରାଣର

ମାତୃତୁଲ୍ୟା ସଂସାରରେ।।


ତିନୋଟି ରୂପରେ ପ୍ରକଟ ହୋଇଛୁ

ଧରିତ୍ରୀ ବକ୍ଷାସ୍ଥଳରେ

ପ୍ରକୃତି ରୁପିଣୀ ସୃଷ୍ଟି ସଂହାରିଣୀ

ତୋ ପଦେ ନମନ କରେ।।


ଜନନୀ ରୂପରେ ଜୀବନ ସଞ୍ଚାରୁ

ପାଇ ଯେତେ ଗର୍ଭକଷ୍ଟ

ଭଗିନୀ ରୂପରେ ରକ୍ଷା କରିଥାଉ

ଭାଇ ହେଲେ ପଥଭ୍ରଷ୍ଟ।।


ଜାୟା ରୂପେ କରୁ ପତିର ସୁରକ୍ଷା

ଅହ୍ୟ ସୁଲକ୍ଷଣୀ ବ୍ରତେ

ସୌଭାଗ୍ୟବତୀର ଶପଥ ନେଉ ତୁ

ସତୀ ସାଧ୍ୱୀ ପ୍ରେମ ମନ୍ତ୍ରେ।।


ନାରୀ ରୂପେ ପୂଜା ପାଉ ନିରନ୍ତର

ସବୁରି ଅସ୍ତିତ୍ୱ ଛାୟା

ଜନନୀ ଭଗିନୀ ଜାୟା ରୂପେ ତୁହି

ତିନି ରୂପେ ଏକ କାୟା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational