STORYMIRROR

Kamalini Panigrahi

Inspirational

4  

Kamalini Panigrahi

Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

1 min
340

ପ୍ରତୀକ୍ଷା କରିଛି କାହିଁ କେବେଠାରୁ

ଗ୍ରୀଷ୍ମର ନିଦାଘ ପରି

ମିଠାସ୍ପର୍ଶ ତୋର ମେଣ୍ଟାଇବ ତୃଷ୍ଣା

ପ୍ରେମର ଅମୃତ ଭରି।


ଚାହିଁଛି ସାଥିମୁଁ ଆସିବୁ ବୋଲି ତୁ

ବରଷାର ଛିଟା ନେଇ

ଛୁଇଁ ଦେବୁ ମୋର ସାରା ଶରୀରକୁ

ଭିଜାଇବୁ ଆଖିଦୁଇ।


ତୋପାଇଁ ସାଥିମୁଁ ସାଇତି ରଖିଛି

ନୀଳ ଆକାଶରେ ଜହ୍ନ

କେତେଯେ ଭାବନା ସଜାଇ ରଖିଛି

ସୁକୁମାରୀ ମୋର ମନ।


ତାରାଫୁଲ ସବୁ ଆକାଶେ ବିଞ୍ଚିଛି

ତୁମ ଚଲା ପଥ ଧାରେ

ଶେଫାଳୀ ମହକ ବାସୁଥିବ ସାଥୀ

ରାତ୍ରିର ନିର୍ଜନତାରେ।


ପାଦରେ ଅଳତା ନାଇଛି ମୁଁ ସାଥୀ

ଆଣି ଯେ ରକ୍ତ ମନ୍ଦାର

ଗୀତ ପଦେ ଶୁଣାଇବାପାଇଁ ତୋତେ

ସଜହୁଏ ବାରମ୍ବାର।


ନାଇଛି କାନରେ ମାଳତିର ଫୁଲ

ମୁଣ୍ଡରେ ମଲ୍ଲୀର ଖୋସା

ଚେଇଁ ଉଠିଲାଣି କାନନେ କୋକିଳ

ଗାଇବାକୁ ପ୍ରେମ ଭାଷା।


ମୋ ହୃଦେ ଆଙ୍କିଛ ପ୍ରୀତିର ତୋରଣ

ଲିଭୁନି ଜମା ସେ ଚିହ୍ନ

ପ୍ରତୀକ୍ଷାରେ ତୋର ବସିଛି ମୁଁ ସାଥୀ

ଭୁଲିଯାଇ ରାତିଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational