STORYMIRROR

Kamalini Panigrahi

Inspirational

3  

Kamalini Panigrahi

Inspirational

ଭାଗବତ

ଭାଗବତ

1 min
179


ଭାବରୁ ହୋଇଲା ଜାତ ପରା ଭକ୍ତି 

ଭକ୍ତିରୁ ଜ୍ଞାନ ପ୍ରାପତ

ଜ୍ଞାନ ସନ୍ଧାନରେ ଗୁଢ଼ତତ୍ତ୍ଵ ଯିଏ

ନାମ ତାର ଭାଗବତ।।

ଆଦ୍ୟ ଭାଷା ସଂସ୍କୃତରୁ ଯେ ଉଦ୍ଭବ

ଓଡ଼ିଆରେ ଭାଷାନ୍ତର

ଜଗନ୍ନାଥ ଦାସ ଦିବ୍ୟଭାବନାରେ

କଲେ ଏହାର ସଂଚାର।।

ଭାବରେ ଭକ୍ତିରେ ସୃଷ୍ଟି ଏହି ଗ୍ରନ୍ଥ

ଯାହାର ସ୍ରଷ୍ଟା ଈଶ୍ୱର

କଳିଯୁଗର ଏ ଅମୃତ ବାଣୀ ହେ

ଶଦ୍ଦୁଝରେ ସୁଧାଝର।।

ଅନନ୍ତ ଶୁଣିଲେ ଏକହିଁ ଶ୍ଳୋକରେ

ବ୍ରହ୍ମା କଲେ ଚତୁଃ ଶ୍ଳୋକ

ବ୍ରହ୍ମା ନାରଦଙ୍କୁ ବଖାଣିଲେ ଯେବେ

ନାରଦ କଲେ ଅନେକ।।

ନାରଦ ବ୍ୟାସଙ୍କୁ ଶୁଣାଇଲେ ଶତ

ସୃଷ୍ଟିକରି ଯେ ଶ୍ଳୋକରେ

ବ୍ୟାସ ଏ ଶତକୁ ବିଭାଜନ କଲେ

ଅଷ୍ଟାଦଶ ସହସ୍ରରେ।।

ଶୁକ ମୁନି କଲେ ପ୍ରଚାର ଗ୍ରନ୍ଥର

ଅମୃତ ଏ ଭାଗବତ

ଶୁକ ପରୀକ୍ଷିତ ସମ୍ବାଦ ଶ୍ରବଣେ

ଭାଗବତ କଥାମୃତ।।

ଦିବ୍ୟ ଭାଗବତ କଥାମୃତ ସଦା

ଶୁକଙ୍କ ମୁଖରୁ ଝରେ

ଏହି ଦିବ୍ୟ ବାଣୀ ଶୁଣିଥାନ୍ତି ପ୍ରାଣୀ

ପାନ କରି ଆନନ୍ଦରେ।।

ପରୀକ୍ଷିତ ମୁନି ଗଙ୍ଗାନଦୀ ତୀରେ

ଶୁଣିଲେ ଓ ଶୁଣାଇଲେ

ସପତ ଦିନରେ ତକ୍ଷକ ଫଣାରେ

ମୂତ୍ୟୁ ଫାଶରେ ପଡ଼ିଲେ।।

ସପତ ଦିନରେ ଶୁଣିଥିଲେ ଯେତେ

ଭାଗବତ ଦିବ୍ୟ ବାଣୀ

ଦେହତ୍ୟାଗ ଅନ୍ତେ ପାର ହୋଇଗଲେ

ମୁନି ଭବତରଙ୍ଗିଣୀ।।

ଦ୍ବାଦଶ ସ୍କନ୍ଦରେ ଏହି ଧର୍ମ ଗ୍ରନ୍ଥ

ହୋଇଛି ଯେ ବିଭାଜିତ

ଐଶୂର୍ଯ୍ୟ,ମାଧୁର୍ଯ୍ୟ କୃଷ୍ଣ ରସାମୃତ

ଆଖ୍ୟାନର ଯେ ବର୍ଣ୍ଣିତ।।

ଭାବ ଭକ୍ତିରେ ଯେ ଭାଗବତ ବାଣୀ

ପୂର୍ଣ୍ଣ ମାତ୍ରାରେ ଲିଖିତ

ମାତା ମାନ ରକ୍ଷି ଜଗନ୍ନାଥ ଦାସ

କଲେ ଓଡ଼ିଆ ରଚିତ।।

ନବାକ୍ଷରୀ ଛନ୍ଦେ ଭାଷାନ୍ତର କଲେ

ସରଳ ଓ ବୋଧଗମ୍ୟ

ଭାବ ଭକତିରେ ଶୁଣୁଥିଲେ ପ୍ରାଣୀ

ନ ଥାଏ ପାର୍ଥିବ କାମ୍ୟ।।

ଶ୍ରବଣେ,ପଠନେ ଅବା ପ୍ରସାରଣେ

ଭବୁ ତରିଯାଏ ପ୍ରାଣୀ

ସର୍ବ ସମସ୍ୟାର ସମାଧାନ ପଥ

ଏହି ଭାଗବତ ବାଣୀ।।

ସନାତନ ଧର୍ମ ଗ୍ରନ୍ଥମାନଙ୍କରେ

ଶ୍ରେଷ୍ଠ ଗ୍ରନ୍ଥ ଭାଗବତ

ଶିକ୍ଷା,ସଂସ୍କାର ଓ ସଂସ୍କୃତି ସଂପନ୍ନ

ଶବ୍ଦ ସ୍ଵର୍ଗରେ ବର୍ଣ୍ଣିତ।।

ଗୀତା ଅମୃତର ସୁଦ୍ଧା ସିନ୍ଧୁଟିଏ

ସନ୍ତୁଷ୍ଟ ହୁଏନା ଚିତ୍ତ

ମୋକ୍ଷ ପ୍ରାପ୍ତି ମାର୍ଗ ଉନ୍ମୋଚିତ କରେ

ଜ୍ଞାନର ହୁଏ ଉଦିତ।।

ଧର୍ମ,ଅର୍ଥ,କାମ,ମୋକ୍ଷ ଚତୁଃଧର୍ମ

ଫଳ ପ୍ରାପ୍ତି ହୋଇଥାଏ

ଭାଗବତ ରାସାମୃତ ପାଠ କରି

ପ୍ରାଣୀ ବୈକୁଣ୍ଠକୁ ଯାଏ।।

ମୃତ୍ୟୁର ଶଯ୍ୟାରେ କର୍ଣ୍ଣ ଗହ୍ୱରରେ

ବାଜେ ଯେବେ ଏହି ବାଣୀ

ପାପର ବିନାଶ ଘଟିଥାଏ କ୍ଷଣେ

ଭବୁ ତରୀଯାଏ ପ୍ରାଣୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational