STORYMIRROR

Kamalini Panigrahi

Inspirational

3  

Kamalini Panigrahi

Inspirational

ମାତା ଅଷ୍ଟଭୂଜା

ମାତା ଅଷ୍ଟଭୂଜା

1 min
204


ମାତା ଅଷ୍ଟଭୂଜା ଉଡେ ତୁମ୍ଭ ଧ୍ୱଜା

    ମର୍ତ୍ତ୍ୟରେ ସର୍ବ ମନ୍ଦିରେ

କିଏକହେ ତୋତେ ମାତାରାଣୀ ପୁଣି

    କେ ପୂଜେ ଦୁର୍ଗାରୂପରେ।


ଦୂର୍ଗତୀ ନାଶିନୀ ଅଭୟ ଦାୟିନୀ

     ଆଦିମାତା ମାହେଶ୍ୱରୀ

ପ୍ରକୃତି ରୂପିଣୀ ବିଶ୍ଵ ବିନୋଦିନୀ

     ନମୋ ନମୋ ଯୋଗେଶ୍ୱରୀ।


ମହିଷା ମର୍ଦ୍ଦିନୀ ତ୍ରୈଲୋକ୍ୟ ବାସିନୀ

     ସୃଷ୍ଟି କଲ୍ୟାଣ କାରିଣୀ

ଦୁଃଖ ନାସିନୀ ମା"ଶକ୍ତି ପ୍ରଦାୟିନୀ

      ସୃଷ୍ଟିର ଧ୍ଵଂସ କାରିଣୀ।


କୈଳାଶ ବାସିନୀ ପର୍ବତ ନନ୍ଦିନୀ

      ବିଶ୍ଵମାତା ବିଶ୍ୱେଶ୍ୱରୀ

ପାପ ବିନାସିନୀ ମା"ସିଂହବାହିନୀ

      ଆଦ୍ୟମାତା ମୁକ୍ତେଶ୍ୱରୀ।


ଖର୍ପର ଧାରିଣୀ କରାଳ ରୂପିଣୀ

      ଭିନ୍ନରୂପିଣୀ ଜନନୀ

ଶକ୍ତି ସ୍ୱରୂପିଣୀ ମହେଶ ଘରଣୀ

     ବିଘ୍ନହାରିଣୀ ମୋହିନୀ।


ନବଦିନେ ତୋର ନବ ପୂଜାବିଧି

      ନବରାତ୍ରୀ ଜାଗରଣ

ମର୍ତ୍ତ୍ୟରେ ଭକତ ପୂଜନ୍ତି ଧ୍ୟାନରେ

      ଧୂପ,ଦୀପ ଓ ପୁଷ୍ପେଣ।


ପ୍ରଥମରେ ହେଲା ଶୈଳପୁତ୍ରୀ ନାମ

      ଦ୍ଵିତୀୟେ ବ୍ରହ୍ମଚାରିଣୀ

ଚନ୍ଦ୍ରଘଣ୍ଟା ହେଲା ତୃତୀୟରେ ନାମ

      କୁଷ୍ମାଣ୍ଡା ଚତୁର୍ଥେ ପୁଣି ।


ପଞ୍ଚମରେ ହେଲା ସ୍କନ୍ଦମାତା ନାମେ

      ଷଷ୍ଠରେ ମା କାତ୍ୟାୟନୀ

ସପ୍ତମ ଦିବସେ କାଳରାତ୍ରୀ ନାମେ

       ଭୟଙ୍କରୀ ମା ଜନନୀ।


ଅଷ୍ଟମ ଦିବସେ ମହାଗୌରୀ ନାମେ

       ନବମରେ ସିଦ୍ଧିଦାତ୍ରୀ

ଏହିପରି ନବ ନାମେଟି ପୂଜିତା

       ନବଦିନ ନବରାତ୍ରୀ।


Rate this content
Log in

Similar oriya poem from Inspirational