STORYMIRROR

Kamalini Panigrahi

Inspirational Children

3  

Kamalini Panigrahi

Inspirational Children

ମୋ ଗୁରୁ

ମୋ ଗୁରୁ

1 min
199


ଶିକ୍ଷାଗୁରୁ, ଦିକ୍ଷାଗୁରୁ,ଜ୍ଞାନ ଗୁରୁ

ଭକ୍ତି ଶ୍ରେଷ୍ଠ ପୂଜ୍ୟମୟ

ଅଜ୍ଞାନ ତିମିରାବୃତ ଜ୍ଞାନାଞ୍ଜନ

ଚକ୍ଷୁ ଉନ୍ମୀଳୟ କାୟ।।

ପ୍ରଥମ ଗୁରୁମୋ ଜନ୍ମଦାତ୍ରୀ ମାତା

ଶିକ୍ଷାର ପହିଲି ଜ୍ୟୋତି

ଗର୍ବ ଗୌରବର ଦ୍ୟୋତକ ଚରିତ୍ର

ଅମ୍ଳାନ ଦୀପ୍ତିର ସ୍ମୃତି।।

ଦ୍ଵିତୀୟରେ ପୂଜ୍ୟ ଶିକ୍ଷାଦାନ ଗୁରୁ

ସ୍ମରଣୀୟ ବନ୍ଦନୀୟ

ବିଶ୍ଵବିଦିତ ଓ ପୂଜିତ ମୋ ପାଇଁ

ସମୁଜ୍ଵଳ ପରିଚୟ।।

ଚରିତ୍ର ସ୍ଖଳନ କରି ଶିକ୍ଷା ଦେବେ

ମାର୍ଗ ସତ ଚରିତ୍ରର

ସୁସମୃଦ୍ଧ କରି ଚରିତ୍ରକୁ ଆମ୍ଭ 

ପୁଣ୍ୟ ପଥ ଅମ୍ଳାନର।।

ତୃତୀୟରେ ଦିକ୍ଷା ଗୁରୁ ଶ୍ରେଷ୍ଠ ସିନା 

କର୍ମମୟ ସଂସାରରେ

ସଂସାରର ମାୟା ମୋହ ଦୂର କରି

ଭରନ୍ତି ଦିବ୍ୟ ଜ୍ଞାନରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational