STORYMIRROR

Ramakanta Das

Inspirational

3  

Ramakanta Das

Inspirational

ଲୁହ

ଲୁହ

1 min
129


ଲୁହ,

ହୃଦୟ ଶିଳାଲିପିର ଖୋଦିତ ଯନ୍ତ୍ରଣା

ଚକ୍ଷୁ କୋଣ ଦେଇ ବହି ଆସେ

ମନର ଅକୁହା କୋହର ପ୍ରତିଧ୍ବନି

ବୁନ୍ଦା ବୁନ୍ଦା ହୋଇ ଝରିପଡ଼େ

ଶୁଖିଲା ଓଠ ଉପରେ ।।

ଲୁହ,

ଉଜୁଡା ହୃଦୟର ବିରହ ବେଦନା

ପ୍ରଥମ ପ୍ରେମର ଆମୂଲ୍ୟ ପାଉଣା

ମନରେ ଅଙ୍କିଦିଏ ଅଲିଭା ଗାର

ଅତୃପ୍ତ ମନକୁ ଦିଏ ସାନ୍ତନା ।।

ଲୁହ,

ଅଭୁଲା ସ୍ମୃତିର ଶେଷ ଉପହାର

ଅମାନିଆ ଶ୍ରାବଣର

ରଙ୍ଗଭରା ବର୍ଷା

ଅନ୍ତରରୁ ଝରିଯାଏ

ପଥ ଭୁଲା ଝରଣା ପରି ।।

ଲୁହ,

ଅଚିହ୍ନା ଅବୋଧ ମୁହୂର୍ତ୍ତର

ବିରହ ବେଦନା

ଉଜୁଡା ହୃଦୟର ବେଦରଦୀ ଗୀତ

ଶୁଣାଯାଏ ସ୍ୱରଟିଏ ଅତୀବ କରୁଣ ।।

ଲୁହ,

ଚଳଚଞ୍ଚଳ ମନର ଅଜବ ନିଶ୍ୱାସ

ନିରବତାର ମନ୍ତ୍ରରେ ଶିଖାଏ ଅନେକ କଥା

ଅତୀତ ପ୍ରତିସ୍ମୃତିର ଅନ୍ଧ ବିଶ୍ଵାସ

ଛଳନା ଓ ବିଶ୍ଵାସର ଶେଷ ଉପହାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational