STORYMIRROR

Ramakanta Das

Action Inspirational

3  

Ramakanta Das

Action Inspirational

ଭବିଷ୍ୟତ

ଭବିଷ୍ୟତ

1 min
164

ଏ ଭବିଷ୍ୟତ ସବୁବେଳେ ଅନ୍ଧାର

ନାଁ ମୁଁ ଏ ଭବିଷ୍ୟତକୁ କେବେ ଦେଖିଛି

ନା କେବେ ଦେଖିପାରିବି

ତଥାପି କାହିଁକି ଏତେ ଯନ୍ତ୍ରଣା

ତଥାପି କାହିଁକି ଏତେ କଷ୍ଟ ଲାଗେ

ଥରେ ଭବିଷ୍ୟତ କଥା ଭାବିଦେଲେ

କାହିଁକି ମନ ମହମବତୀ ପରି ଜଳେ

ଥରେ ଭବିଷ୍ୟତ କଥା ଭାବିଦେଲେ

ଅଜାଣତେ ଝରିଯାଏ ଆଖିରୁ ଶ୍ରାବଣର ବର୍ଷା

ଆଘାତ, ବ୍ୟାଘାତ ହୋଇ ଯନ୍ତ୍ରଣା ସବୁ ସହିବାକୁ ପଡେ ।

ମନ ହୁଏ ଚଳଚଞ୍ଚଳ ଭାଙ୍ଗିଯାଏ ସ୍ବପ୍ନ

କେବେ ହସେ, କେବେ କାନ୍ଦେ

କେବେ କେବେ ଭାବେ ଏ ଜୀବନର ମୂଲ୍ୟ କଣ

ସବୁଦିନ ବର୍ତ୍ତମାନ ସହ ସଂଘର୍ଷ କରି

ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବା

ହେଲେ କେବେ ବି ଉତ୍ତର ପାଏନି ।

ବର୍ତ୍ତମାନ ସହ ସଂଘର୍ଷ କରି

ସହିବାକୁ ପଡେ ଅନେକ ଦୁଃଖ

ଅନେକ ଯନ୍ତ୍ରଣା

କାହାକୁ କହିହୁଏନା କି ସହି ହୁଏନା

ଏ ଜୀବନ ଆଜି ଅଛି କାଲିକୁ ନଥିବ

ତଥାପି ଏ ଜୀବନର ପଥେ ଚାଲିବାକୁ ହୁଏ ଏକା ଏକା

କେବଳ ଭବିଷ୍ୟତର ସ୍ବପ୍ନ ଦେଖି

ଭବିଷ୍ୟତର ସ୍ବପ୍ନ ସତ ହେବ କି ନାହିଁ ଜାଣେନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action