STORYMIRROR

Binodini Dash

Inspirational Others

3  

Binodini Dash

Inspirational Others

ଜଟିଳ ନହୋଇ ହେବା ସରଳ

ଜଟିଳ ନହୋଇ ହେବା ସରଳ

1 min
198


ଜନମ ମରଣ ସତ୍ୟ ଚିରନ୍ତନ

ମାତ୍ର ଜୀଇଁବାରେ ଲୋଭ ପ୍ରବଳ

ଜାଣି ବି ଅବୁଝା ହୁଅଇ ମଣିଷ

ଦିନେ ଡାକି ନେବ ବୋଲିରେ କାଳ

ତେଣୁ ନକରିଣ ମନ ଅମେଳ

ପରସ୍ପରଠାରେ ରଖି ପ୍ରୀତି ଭାବ

ଜଟିଳ ନହୋଇ ହେବା ସରଳ ।


ଜଟିଳ ମନର କୁଟିଳ ସ୍ବଭାବ

ଚିନ୍ତି ପାରେନାହିଁ କାହା ମଙ୍ଗଳ

ସ୍ବସ୍ବାର୍ଥ ପଛରେ ହୋଇ ଧାବମାନ

ନିଜର କ୍ଷତି ହିଁ କରେ କେବଳ

ଦେହ ସୁଖ ପାଇଁ ଖଟାଇ ବଳ

ନିରର୍ଥକ କରେ ଜନମ ଜୀବନ

ଭବ ପାରାବାରୁ ହରାଏ ଥଳ ।


ସରଳ ହୃଦୟୁ ସଦା ଝରି ପଡ଼େ 

ପବିତ୍ରତା ଭରା ଅମୀୟ ବାଣୀ

ତା'କୁ କରି ପାନ ତୃପ୍ତ ହୁଏ ମନ

ଆହା ! କେତେ ଶାନ୍ତି ମିଳଇ ପୁଣି

ସେହି ଧନ ପରା ଅମୂଲ୍ୟ ମଣି

ତାହାକୁ ଆୟତ୍ତ କରିଛି ଯା' ଚିତ୍ତ

ସଂସାରେ ତା' ଚିରକାଳ ରହଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational