STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

କବି

କବି

1 min
202


ମୁଁ କବି ନୁହଁ କିନ୍ତୁ ହାତେ କଲମ

ଥିଲେ ଲେଖିଦିଏ କିଛି

ମୁଁ କବି ନୁହଁ କିନ୍ତୁ ମନ ମୋ ଭାବେ

ବହୁ କଥା କିଛି କିଛି l


ଅନାବନା ଶବ୍ଦ ଆସେ ମୋ ମନରେ

ସଜେଇ ହୁଏ ସେ ନିଜେ

କିଛି କ୍ଷଣ ପରେ ଯାଏ ବହୁ ଦୂରେ

ମିଳେନା ଯେତେମୁଁ ଖୋଜେ l


କେବେ କେତେବେଳେ ସଞ୍ଜ କି ସକାଳେ

କିବା ରାତ୍ରିର ଅନ୍ଧାରେ

କଲମ ମୋହର ଲେଖିଦିଏ କିଛି

କଲମ କବି ସତରେ l

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational