କବି
କବି


ମୁଁ କବି ନୁହଁ କିନ୍ତୁ ହାତେ କଲମ
ଥିଲେ ଲେଖିଦିଏ କିଛି
ମୁଁ କବି ନୁହଁ କିନ୍ତୁ ମନ ମୋ ଭାବେ
ବହୁ କଥା କିଛି କିଛି l
ଅନାବନା ଶବ୍ଦ ଆସେ ମୋ ମନରେ
ସଜେଇ ହୁଏ ସେ ନିଜେ
କିଛି କ୍ଷଣ ପରେ ଯାଏ ବହୁ ଦୂରେ
ମିଳେନା ଯେତେମୁଁ ଖୋଜେ l
କେବେ କେତେବେଳେ ସଞ୍ଜ କି ସକାଳେ
କିବା ରାତ୍ରିର ଅନ୍ଧାରେ
କଲମ ମୋହର ଲେଖିଦିଏ କିଛି
କଲମ କବି ସତରେ l