Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational Others

3  

Binodini Dash

Inspirational Others

ମନ ମାହାତ୍ମ୍ୟ-୩

ମନ ମାହାତ୍ମ୍ୟ-୩

1 min
164



ପାପ ପଙ୍କେ ପୂର୍ଣ୍ଣ ମନ ପୋଖରୀଟି 

ପଦ୍ମଟିଏ ଯଦି ଫୁଟାଇ ପାରେ

ତେବେ ସେ ତାହାର ବାସନା ବିତରି

ପୋଖରୀକୁ ଧୀରେ ନିର୍ମଳ କରେ ।


ମନ ସଙ୍ଗେ ବାଦ କରି କେ ଜିତିଛି

କେବେ କ'ଣ ତା'ର ନିଜ ସଂସାରେ !

ତାକୁ ସିନା ଶାନ୍ତ ସୁଢ଼ଳ ରଖିଲେ

ଜିତିବା ଥାଏ ହାତ ପାହାନ୍ତାରେ ।


ଶୁଦ୍ଧ ସ୍ବଭାବରେ ମନଟିକୁ ବାନ୍ଧି

ନିତି ଯଦି ଆମେ ଚଳି ପାରିବା,

ତେବେ ଯାଇ ଆମ ଚତୁଃପାର୍ଶ୍ବଟିକୁ

ଶୁଦ୍ଧତା ଗୁଣରେ ଛନ୍ଦି ପାରିବା ।


ମନ ଯଦି ବୁଝି ସମ୍ପର୍କର ମୂଲ୍ୟ

ସାତ ଗଣ୍ଠି ଦେଇ ପାରିଲା ରଖି,

ଫିଟାଇ ଦେବାକୁ ନାହିଁ କା'ର ସାଧ୍ୟ

ବରଂ ସର୍ବଦା ରହଇ ଯୋଖି ।


ପୁଣି ମନେ ମନ ମିଶି ଯାଇଥିଲେ

ଅଛିଣ୍ଡା ରହଇ ସମ୍ପର୍କ ସୂତା

ମଧୁର ମେଳକେ ବିନା ବାଧାବିଘ୍ନେ

ଶାନ୍ତି ପୁଷ୍ପ ତୋଳି ହୁଅନ୍ତି ଜିତା ।



Rate this content
Log in