STORYMIRROR

Kalandi pal

Inspirational

3  

Kalandi pal

Inspirational

ସୁନା ବେଶ

ସୁନା ବେଶ

1 min
221


ସଖି ଦେଖେ ଲୋ,

        ରଥରେ ବସିଛି କିଏ

ମହଣ ମହଣ ସୁନାରେ ଛାଉଣି

        ସଜ୍ଜା ହୋଇଅଛି ସିଏ

ସେ ମାଇପିରେ ଯାଏ ନା ମିଣୀପିରେ ଯାଏ ।0।


ଶିରେ ସୁନା ଚିତା ମୁକୁଟ ଶୋହେ

ସୁନାର ପୟର ହସ୍ତ ଲଗାଏ

ହସ୍ତରେ ବାହୁଟି କଙ୍କଣ ବଳାଏ

ସୁନାର କୁଣ୍ଡଳ କର୍ଣ୍ଣେ ଝୁଲାଏ

   ସତେ ନାରୀଟିଏ ସଜ ହୁଏ

ସେ ମାଇପିରେ ଯାଏ ନା ମିଣିପିରେ ଯାଏ।0।


ସୁନାର ମୁକୁତା ଚନ୍ଦ୍ରିକା ପ୍ରାୟେ

ନାସାରେ ବସୁଣି ନୋଥ ଝୁଲାଏ

ପାଦରେ ନୁପୁର ଶିରେ ସୁନା ଚୂଳ

କାନ୍ଧରେ ସୁନାର ପଇତା ଶୋହେ

   ସେତ ସର୍ବ ମନ କିଣି ନିଏ

ସେ ମାଇପିରେ ଯାଏ ନା ମିଣିପିରେ ଯାଏ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational