STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ପ୍ରଳୟ

ପ୍ରଳୟ

1 min
161


ଜୀବନର ଅନ୍ତର୍ବେଦୀ ରେ ସାକ୍ଷାତେ ବିଜେ ପ୍ରଭୁ ପରଂବ୍ରହ୍ମ

ଜୀବ ଜଗତର ହୀତ ଶୁଭାକାଂକ୍ଷି ଶରୀର ରେ ଅବସ୍ଥାନ

ତେଣୁ ଦିବ୍ୟଜ୍ଞାନ ମଣିଷ ଜୀବନେ ଅମୂଲ୍ୟ ସଂପଦ ଶିରୀ

ବିଭୁ ପଦେ ମନ ନଦେଲେ ଅଚଳ ହେବ ତୋ ସସାଂର ତରୀ ।


କଳା କାଳ ମେଘ ସମାନ ଅଜ୍ଞାନ ଅନ୍ଧାରେ ଡୁବଇ ମହୀ

ଘରେ ଘରେ ଲାଗି ରହିଛି ବିବାଦ ଅଯଥାରେ ଉପୁଜଇ

ଗାଆଁ ରେ ବିବାଦ ସହର କବଳ ଅଜଣା ମାଫିଆ ଦଳ

ସୀମାରେ ବିବାଦ ରାଜ୍ୟରାଜ୍ୟ ମଧ୍ୟେ ଉପୁଜେ କେତେ କନ୍ଦଳ।


ଦେଶ ଦେଶ ମଧ୍ୟେ ଯୁଦ୍ଧ ବିଭୀଷିକା ଭୟରେ ଥରେ ଜନତା

ଦେଶେ ଦେଶେ ଗୃହ ଯୁଦ୍ଧ ର ତାଣ୍ଡବ ଅପମୃତ୍ୟୁ ପ୍ରବଣତା

ଅପରାଧ ନାନା ଭାବେ ସଂଗଠିତ ଭାଷା,ଧର୍ମ,ବିବାଦରେ

ଜଳଇ ଧରିତ୍ରୀ ତ୍ରାହିତ୍ରାହି ଡାକେ ବିପଦ ପାହାଡ ତଳେ ।


ସତେକି ଦ୍ଵାପର କୃଷ୍ଣ ରୂପେ ତୁମେ କନିଷ୍ଠ ଅଙ୍ଗୁଳିରେ

ବିପଦ ପାହାଡ ଟେକି ରଖିବକି କିବା ଚାପିଦେବ ତଳେ

ଯେମିତି ସବଂଶ ନାଶ କଲେ ପ୍ରଭୁ ଜଦୁ ବଂଶ ଘୋର ଜଳେ

କହିବକି ତୁମେ ମଣିଷ ଜାଣିଛ ଡାକିଛକି ତାଙ୍କୁ ଥରେ ।


ଏତେ ପାପ ଆଉ କେମିତି ସହିବି ତେଣୁ ମୁଁ ଦାରୁ ମୂରତି

ବ୍ୟୁତ୍ପାତ ସରଜେ ବିଳୟ ମୁଖର ବଦଳିଲାଣି ପ୍ରକୃତି 

ନୂଆ ଯାଗରଣ ନୂତନ ସୂର୍ଯ୍ୟ ର ଅଭ୍ୟୁଦୟ ଅର୍ଥେ ମହୀ

ସଜ ହୋଇଲାଣି ପ୍ରଳୟ ଆନୀତ ହେବାକୁ ରହିଛି ଚାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational