STORYMIRROR

Amit Bal

Inspirational

3  

Amit Bal

Inspirational

ଜୀବନ ଦୋଳି

ଜୀବନ ଦୋଳି

1 min
188

କା' ପାଇଁ ଜୀବନ ଫଗୁଣର ଗୀତ

 କା' ପାଇଁ ବୈଶାଖୀ ଝଡ଼

ଶ୍ରାବଣ ହୋଇ ସେ ବରଷେ କା'ଲାଗି

  ବଦଳେ ଜୀବନ ମୋଡ ....


ଜୀବନ ଵି କେବେ ଜହ୍ନର ଜୋଛନା

 ଶୀତଳ ସମୀର ବାଆ

ସ୍ନେହ ପ୍ରେମ ପ୍ରୀତି ମମତା ଭିତରେ

 କେବେ ଛୋଟ ଏକ ଆହା ....


ଜୀବନର ଦୋଳି ଆଗ ପଛ ହୁଏ

  ଏ ତ ନୂଆ କିଛି ନୁହେଁ

ଏ ଭବ ସାଗରେ ଘର କରିଥିଲେ

 କେବେ କେବେ ଝଡ଼ ବୋହେ ....


ଜୀବନ ହସାଏ ଜୀବନ କନ୍ଦାଏ

  ଜୀବନଟା ରଙ୍ଗ ମଞ୍ଚ

ଜୀବନର ବାଟ ଅଜଣା ଅମଡ଼ା

  ଖାଲି ଢିପ ଉଚ୍ଚ ନିଚ୍ଚ ..... 


ବଞ୍ଚିବାର କଳା ଜାଣିଲେ ଜୀବନେ

  ଜିଇଁବା ସହଜ ହେବ

ମନେ ଭରିଯିବ ମଧୁର ମୂର୍ଚ୍ଛନା

  ସଂସାର ହସି ଉଠିବ ........ ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational