ସୁନା ଭଉଣୀ
ସୁନା ଭଉଣୀ
ଆମେ ଗୋଟିଏ ଡାଳର ଦୁଇଟି ଫୁଲ
ବଢ଼ି ଅଛୁ ହୋଇ ବହୁତ ଗେଲ
ଭଉଣୀ ସମ୍ପର୍କ ଟି ଅଟେ ଅସୀମ
ନାହିଁ ଆଉ କିଛି ତାହାରି ସମ
ଭଉଣୀ ଭଉଣୀର ସମ୍ପର୍କ ଅତି ନିବିଡ଼
ମୁଁ ତା ପାଇଁ କୋମଳ ହୃଦୟର କେନ୍ଦ୍ର ସ୍ଥଳ
ଭଉଣୀ ମୋର ଈଶ୍ୱର ବିଶ୍ଵାସୀ
ନ ଥାଏ ତା ପାଇଁ ଛଳନା କିଛି
ଭଉଣୀ ମୋର ସଂସାରେ ଅମୂଲ୍ୟ
ସ୍ୱଚ୍ଛ ପରିବେଶକୁ କରାଇ ଉଜାଗର
ଭଉଣୀ କରିବାକୁ ମତେ ସଂପୂଣ୍ଣ
କରେ କେତେ ଶ୍ରମ ସାଧନା
ଭଉଣୀ ମୋର ବିଶ୍ୱାସର ମଞ୍ଚ
ମୋ ସମ୍ମାନ କରଇ ଉଚ୍ଚ
ଭଉଣୀ ମୋର ସୁରକ୍ଷାର କବଚ
ମୋ ସଫଳତା ପାଇଁ କଷ୍ଟ ହେଲେ ମଧ୍ୟ ଚଡ଼େ ପାହାଚ
ଭଉଣୀ ଭଉଣୀ ର ଖୁସି ମଜା
ମିଠା ମିଠା ଯେମିତି ଖଜା
ଅଝଟ ପଣର ରାଗ ରୋଷ
ତା ଭିତରେ ଏକ ଅତୁଟ ବନ୍ଧନ
ଭଉଣୀ ଭଉଣୀ ର ହୃଦୟର ଘନିଷ୍ଠ ଭାବ
ହୃଦୟେ କରି ହୁଏ ଅନୁଭବ
ଭଉଣୀ ପ୍ରେମଟି ପ୍ରକୃତ ବିଭବ
ହୃଦୟେ କରିହୁଏ ଅନୁଭବ
ଭଉଣୀ ମୋର ଦୟା, କ୍ଷମାର ଅବତାର
ନ ହୁଏ ଉଣା ତା ପ୍ରତି ମୋର ସମ୍ମାନ
ସୁନା, ରୁପା ଗଉଣୀ
କୋଟିରେ ଗୋଟେ ମୋ ବଡ ଭଉଣୀ
ହୃଦୟେ ସାଥିରେ ହୃଦୟ ଛନ୍ଦା
ଭଉଣୀ ମୋର ସ୍ନେହ ସରଦାରେ ବନ୍ଧା
ଅନାବିଳ ଭଉଣୀର ସମ୍ପର୍କ କୁ ଦେଖି
ଇତିହାସେ ରହିବ ଏହାର ସାକ୍ଷୀ ।