STORYMIRROR

Padmini Parida

Inspirational

3  

Padmini Parida

Inspirational

ସୁନା ଭଉଣୀ

ସୁନା ଭଉଣୀ

1 min
148

ଆମେ ଗୋଟିଏ ଡାଳର ଦୁଇଟି ଫୁଲ              

ବଢ଼ି ଅଛୁ ହୋଇ ବହୁତ ଗେଲ                

ଭଉଣୀ ସମ୍ପର୍କ ଟି ଅଟେ ଅସୀମ                  

ନାହିଁ ଆଉ କିଛି ତାହାରି ସମ               

ଭଉଣୀ ଭଉଣୀର ସମ୍ପର୍କ ଅତି ନିବିଡ଼              

ମୁଁ ତା ପାଇଁ କୋମଳ ହୃଦୟର କେନ୍ଦ୍ର ସ୍ଥଳ        

ଭଉଣୀ ମୋର ଈଶ୍ୱର ବିଶ୍ଵାସୀ                   

ନ ଥାଏ ତା ପାଇଁ ଛଳନା କିଛି               

ଭଉଣୀ ମୋର ସଂସାରେ ଅମୂଲ୍ୟ                 

ସ୍ୱଚ୍ଛ ପରିବେଶକୁ କରାଇ ଉଜାଗର             

ଭଉଣୀ କରିବାକୁ ମତେ ସଂପୂଣ୍ଣ                 

କରେ କେତେ ଶ୍ରମ ସାଧନା                 

ଭଉଣୀ ମୋର ବିଶ୍ୱାସର ମଞ୍ଚ                   

ମୋ ସମ୍ମାନ କରଇ ଉଚ୍ଚ                 

ଭଉଣୀ ମୋର ସୁରକ୍ଷାର କବଚ                

ମୋ ସଫଳତା ପାଇଁ କଷ୍ଟ ହେଲେ ମଧ୍ୟ ଚଡ଼େ ପାହାଚ   

ଭଉଣୀ ଭଉଣୀ ର ଖୁସି ମଜା                  

ମିଠା ମିଠା ଯେମିତି ଖଜା                 

ଅଝଟ ପଣର ରାଗ ରୋଷ                     

ତା ଭିତରେ ଏକ ଅତୁଟ ବନ୍ଧନ                 

ଭଉଣୀ ଭଉଣୀ ର ହୃଦୟର ଘନିଷ୍ଠ ଭାବ           

ହୃଦୟେ କରି ହୁଏ ଅନୁଭବ                    

ଭଉଣୀ ପ୍ରେମଟି ପ୍ରକୃତ ବିଭବ                  

ହୃଦୟେ କରିହୁଏ ଅନୁଭବ                 

ଭଉଣୀ ମୋର ଦୟା, କ୍ଷମାର ଅବତାର             

ନ ହୁଏ ଉଣା ତା ପ୍ରତି ମୋର ସମ୍ମାନ            

ସୁନା, ରୁପା ଗଉଣୀ                         

କୋଟିରେ ଗୋଟେ ମୋ ବଡ ଭଉଣୀ          

ହୃଦୟେ ସାଥିରେ ହୃଦୟ ଛନ୍ଦା                  

ଭଉଣୀ ମୋର ସ୍ନେହ ସରଦାରେ ବନ୍ଧା        

ଅନାବିଳ ଭଉଣୀର ସମ୍ପର୍କ କୁ ଦେଖି               

ଇତିହାସେ ରହିବ ଏହାର ସାକ୍ଷୀ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational