STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

କେଡ଼େ ମନଲୋଭା ମୋର ଗାଁ ଟି

କେଡ଼େ ମନଲୋଭା ମୋର ଗାଁ ଟି

1 min
299


ମୋ ଗାଁ ....... ମୋ ଗାଁ

  କେଡ଼େ ସୁନ୍ଦର

କେତେ ମନଲୋଭା

  ଗାଁ ଟି ମୋର।

ଜନମ ନେଇ ମୁଁ ଏଇ ମାଟିରେ

ମଣେ ଭାଗ୍ୟବାନ ନିଜ କୁ ମୁଁ ରେ

ମୋ ଗାଁ ସଂସ୍କୃତି ଅଟେ ମହାନ 

ସେଥିପାଇଁ ଭାବେ ନିଜକୁ ଧନ୍ୟ

ଶ ତ ଜନମ ର ପୁଣ୍ୟ ବଳେ ମୋର

  ଏଇ ଗାଁ ମାଟିରେ ଜନମ ମୋର।

କେଡେ ମନଲୋଭା ଗାଁ ଟି ମୋର....


ବାର ମାସେ ତେର ଉତ୍ସବ ହୁଏ

ସ୍ନେହ ସମ୍ପ୍ରିତି ର ଭାବ ଟି ଦିଏ

ମୋ ଗାଁ ସଂସ୍କୃତି କରେ ପ୍ରଚାର

କେହି ନୁହଁ ପର ସର୍ବେ ନିଜର

ଭାଇଚାରା ଭାବ ପ୍ରତି ହୃଦୟ ରେ

  ସବୁଠୁଁ ସୁନ୍ଦର ଗାଁ ଟି ମୋର।

କେଡ଼େ ମନଲୋଭା ଗାଁ ଟି ମୋର....


ପିଣ୍ଡେ ପ୍ରାଣ ଥବା ଯାଏ ମୋହର

କରିବି ସେବା ମୋ ଗାଁ ମାଟି ର

ଗାଁ ସଂସ୍କୃତି ର ରଖିବି ମାନ

ତା ପାଣି ପବନେ ଗଢା ଜୀବନ

ସରଗୁଁ ଠୁଁ ବଳି ଏଇ ମୋର ଗାଁ

ତାର ଶୋଭା ଶିରୀ ଭାରି ସୁନ୍ଦର।

କେଡେ ମନଲୋଭା ଗାଁ ଟି ମୋର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational