Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାଲିଗଲେ ସୁର ସାମ୍ରାଜ୍ଞୀ

ଚାଲିଗଲେ ସୁର ସାମ୍ରାଜ୍ଞୀ

1 min
230


  

ଦୁଃଖଦ ଖବର କି ଯୋଗରେ ଆଜି

ପାହିଥିଲା କାଳ ରାତି l

ନେତ୍ରୁ ବହେ ପାଣି ଖବରଟା ଶୁଣି

ଛାତି ମୋ ଯାଉଛି ଫାଟି l


ବୁଝୁନି ମୋ ମନ ସତେ କିରେ ଧନ

ଦେଏ ମୋ ଶିର ଆଉଁସି l

ବୟାନବେ ବର୍ଷେ ଭଉଣୀ ଆମର

ହୋଇ ଗଲେ ସ୍ୱର୍ଗବାସୀ l


ସରସ୍ବତୀ ପୁତ୍ରୀ ଭଉଣୀ ମୋ ଲତା

ସରସ୍ବତୀ ପୂଜା ବାସି l

ମାଆ ବୀଣାପାଣି ନେଇଗଲେ କିବା

ସରଗ ଧାମରୁ ଆସି l


କିଏ ଶୁଣାଇବ ସଙ୍ଗୀତ କାନନେ

ମଧୁ ଝରା କୁହୁ ତାନ l

ୱାତୋ କୋ ଲୋଗ ଶୁଣି କିବା ଆଉ

ଜାଗିବେ ନାହିଁ ଯବାନ l


ଦେଶ ଭକ୍ତି ଗୀତ ସିନେମା ସଙ୍ଗୀତ

କିଏ ଦେବ ଆଉ ଗୁନ୍ଥି l

ବିଭୁ ଚରଣରେ ଅଜସ୍ର ଜଣାଣ

ଭକ୍ତିଭରା ଭକ୍ତି ଗୀତି l


ଗାଇ ଚାଲିଥିଲା ଅସୁମାରୀ ଗୀତ

ଭାଷା କେ ପାରିବ ଗଣି l

ତୁମ ପରି ଆଉ କିଏ ହେ ଗନ୍ଧର୍ବି

ଜଗତେ ହେବ ଭଉଣୀ l


କୋଣ ଅନୁକୋଣୁ ଶୋକ ବାର୍ତ୍ତାମାନ

ଇଥରେ ଆସୁଛି ଭାସି l

କୋଟି ହୃଦୟରେ ବାସ ତୁମ ଦିଦି

ତୁମ ଆତ୍ମା ଅବିନାଶି l


ସଙ୍ଗୀତ ଆକାଶେ ଭଉଣୀ ମୋ ତୁମେ

ଧ୍ରୁବ ସ୍ଥାନେ ଅଧିଷ୍ଠିତ l

ତୁମ ଆତ୍ମା ଯାଇ ଦିବ୍ୟ ଧାମେ ବସୁ

ବିଭୁ ପାଦେ ପ୍ରଣିପାତ l



Rate this content
Log in

Similar oriya poem from Inspirational