Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Inspirational

4  

Agni kumar Sahu

Inspirational

ମୃତ୍ୟୁ

ମୃତ୍ୟୁ

1 min
762


ଜନ୍ମ ମୃତ୍ୟୁ ଅଟେ ଈଶ୍ଵର ଭିଆଣ

ସତ୍ୟ ଅଟେ ରାମନାମ

ସୁକର୍ମ କରିଣ ପ୍ରଭୁ ସେବା କଲେ

ପ୍ରାପ୍ତି ହେବ ସ୍ବର୍ଗ ଧାମ ।


ମୃତ୍ୟୁ ପଥ ଯାତ୍ରୀ ସଭିଏଁ ହୁଅନ୍ତି

ସସାଗରା ଧରା ତଳେ

ମୃତ୍ୟୁ ପରେ ବି ମଣିଷ ଅମର

କୃତକର୍ମ ଫଳ ବଳେ ।


ମୃତ୍ୟୁ ଆସେ କେବେ କେଉଁ ମୂହୁର୍ତ୍ତ ରେ

କେହି ନ ପାରନ୍ତି ଜାଣି

ନିୟତିର ହାତେ ବନ୍ଧା ଏ ଜୀବନ

ପ୍ରାଣୀ କର୍ମ କରେ ଜାଣିଶୁଣି ।


ମୃତ୍ୟୁର କଷଣ ବଡେଟି ଦାରୁଣ

ମାୟା ମୋହ ସଂସାରରେ

ଆତ୍ମୀୟ ସ୍ୱଜନ ଛାଡ଼ିବାକୁ ହୁଏ

ନିୟତିର ଡାକରାରେ ।


ଜନନୀ ଜଠରେ ଜୀବର ସର୍ଜନା

ମଣିଷ ଜନ୍ମ ଗଣଇ

ମୃତ୍ୟୁ କାଳ କଥା କେହି ଜାଣିନାହିଁ

ଜାଣିବେ ନାହିଁ ଟି କେହି ।


ଦୈତ୍ୟ ଯକ୍ଷ ରକ୍ଷ ମାନବ କିନ୍ନର

ଦେବତା ହେଲେବି ସତ୍ଯ

ନରଦେହ ବହି ଜନ୍ମି ଏ ଧରାରେ

ମୃତ୍ୟୁ ହେବ ସୁନିଶ୍ଚିତ ।


ସତ୍ୟକୁ ମାନିବା ସତ୍ୟବାଦୀ ଧର୍ମ

ମାୟା ଭ୍ରମରେ ଯାତନା

ମୃତ୍ୟୁ ଅଟେ ଆତ୍ମା ଘଟରୁ ଛାଡ଼ିଲେ

ପିଣ୍ଡ ଶୁଷ୍କ କାଷ୍ଠ ସିନା ।


Rate this content
Log in

Similar oriya poem from Inspirational