STORYMIRROR

Agni kumar Sahu

Inspirational

3  

Agni kumar Sahu

Inspirational

ନୀଳାଚଳ ଧାମ

ନୀଳାଚଳ ଧାମ

1 min
139

ନୀଳାଚଳ ଧାମ ତୋର ନ ପାରିବି ଯାଇ

ଦୂରୁ ଥାଇ ପ୍ରଣାମ ମୋ ଘେନ ଭାବଗ୍ରାହୀ ।


ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଲକ୍ଷ ଭକ୍ତ ଭିଡ଼

ଭକ୍ତ ଗହଳିରେ ଉଛୁଳୁଛି ବଡ଼ଦାଣ୍ଡ ।


ଆଷାଢମାସର ତିଥି ଦ୍ୱିତୀୟାର ଦିନ

ମାଉସୀ ଘରକୁ ଯାନ୍ତି ଶ୍ରୀଜଗମୋହନ ।


ଭାଇଭଉଣୀଙ୍କୁ ସଙ୍ଗେ ନେଇଣ ଯାଆନ୍ତି

ନବଦିନ ଯାତ୍ରା ତାଙ୍କ ସଫଳ କରନ୍ତି ।


ତାଳଧ୍ଵଜେ ବଳରାମ ରଥ ଅଧିପତି

ଦେବଦଳନ ରଥରେ ସୁଭଦ୍ରା ଯାଆନ୍ତି ।


ସବାଶେଷେ ନନ୍ଦିଘୋଷେ ବିଜୟ ଶ୍ରୀପତି

ଦାରୁକ ସାରଥୀ ରୂପେ ନିୟୋଜିତ ଥାନ୍ତି ।


କେତେ ମନୋରମ ଦୃଶ୍ୟ ଗୁଣ୍ଡିଚା ଯାତରା

ଠାକୁର ରାଜା କରନ୍ତି ଛେରା ଯେ ପହଁରା ।


ବିଶ୍ଵ ପ୍ରସିଦ୍ଧ ଅଟଇ ରଥଯାତ୍ରା ତୁମ

ବିଦେଶରୁ ଭକତ ଆସନ୍ତି ପୁରୀ ଧାମ ।


ଚାରିଧାମ ମଧ୍ୟରୁ ଯେ ଅଟେ ଅନ୍ୟତମ

ଶଂଖ କ୍ଷେତ୍ର ପୁରୀ ଅଟେ ନୀଳାଚଳ ଧାମ ।


ମାନବୀୟ ଲିଳା ତାଙ୍କ ଅଟେ ନିତି କାନ୍ତି

ରତ୍ନ ବେଦୀରେ ବସି ପୂଜା ସେ ପାଆନ୍ତି ।


ବଡ଼ ଦେଉଳ ତାଙ୍କର ଆସ୍ଥାନର ନାମ

ବଡ଼ଦାଣ୍ଡ ବଡଖଳା ବଡ଼ ପଣ୍ଡା ନାମ ।


ମହାପ୍ରସାଦ ତାଙ୍କର ଅଟଇ କୈବଲ୍ୟ

ଅଭଡା ଶୁଖିଲେ ଶେଷେ ହୁଅଇ ନିର୍ମାଲ୍ୟ ।


ପତିତପାବନ ବାନା ଅଟଇ ତାଙ୍କର

ଶ୍ରୀମନ୍ଦିରେ ରହିଅଛି ଚାରିଗୋଟି ଦ୍ଵାର ।


ମେଘନାଦ ପାଚେରୀକୁ କି ଦେବି ଉପମା

ନୀଳାଚଳ ଧାମର ଯେ ଅନେକ ମହିମା ।


ଜୟ ଜୟ ଜଗନ୍ନାଥ ଲକ୍ଷ୍ମୀ ଦେବୀ ପତି

ତୋ କରୁଣା ବର୍ଣ୍ଣିବାକୁ ନାହିଁ ମୋ ଶକ୍ତି ।


ନୀଳାଚଳ ଧାମକୁ ଯେ ପ୍ରଣାମ ମୋହର

ଦୋଷାଦୋଷ କ୍ଷମା କର ହେ କଳା ଠାକୁର ।



Rate this content
Log in

Similar oriya poem from Inspirational