Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Others

3  

Agni kumar Sahu

Others

ହର ଘର ତ୍ରିରଙ୍ଗା

ହର ଘର ତ୍ରିରଙ୍ଗା

1 min
209


କେତେ କେତେ ବୀର ଦେଶ ଭକ୍ତ ନର

ଦେଇଛନ୍ତି ପ୍ରାଣ ବଳି

ସ୍ଵାଧୀନତା ଆଣିବା ଲକ୍ଷ୍ୟ ଏକାଗ୍ରତା

ଥିଲା ତାଙ୍କ ହୃଦେ ଭରି । ୧ ।


ଚାରିଶହ ବର୍ଷ ଫିରିଙ୍ଗି ଶାସନ

କରିଥିଲେ ମନଭରି

ଶୋଷଣ ଲୁଣ୍ଠନ ହତ୍ୟା ଓ ଧର୍ଷଣ

କରୁଥିଲେ ଅତ୍ୟାଚାରି । ୨ ।


ଦେଶକୁ ଆଜାଦି କରିବାର ପାଇଁ

କେତେ ଦେଶପ୍ରେମୀ ବୀର

ଅସହଯୋଗ ଭାରତଛାଡ ଆନ୍ଦୋଳନ

କରିଣ ହେଲେ ଅମର। ୩ ।


ଗାନ୍ଧୀ ଗୋପବନ୍ଧୁ ଓ ସୁବାଷ ଚନ୍ଦ୍ର

ବାଜି ରାଉତ୍ ଭଗତ ସିଂହ

ଆଜାଦି ଆଣିବା ପାଇଁ ବିସର୍ଜିଲେ

ନିଜର ପିଣ୍ଡ ସ୍ଵଦେହ । ୪ ।


ଭାରତୁ ତଡିଲେ ଗୋରା ସରକାର

ଭାରତ ହେଲା ସ୍ଵାଧୀନ

ତ୍ରିରଙ୍ଗା ପତାକା ଉଡ଼ାଇ ହରଷେ

ଗାଇ ଜନ ଗଣ ମନ । ୫ ।


ସ୍ଵାଧୀନତା ଆଜି ପଞ୍ଚସ୍ତୋରି ବର୍ଷ

ଗଣତନ୍ତ୍ର ଦେଶ ଆମ 

ସ୍ଵାଧୀନତା ର ଅମୃତ ମହୋତ୍ସବ

କରୁଛୁ ଆମେ ପାଳନ । ୬ ।


ଘରେ ଘରେ ଆଜି ତ୍ରିରଙ୍ଗା ପତାକା

ହୋଇବଟି ଉତ୍ତୋଳନ

ଫରଫର ହୋଇ ଉଠିବ ଆକାଶେ

ଆମେ ଅମୃତ ସନ୍ତାନ । ୭ ।


ଭାରତୀୟଙ୍କର ତ୍ରିରଙ୍ଗା ପତାକା

ଅଟଇଟି ସ୍ଵାଭିମାନ

ଶାନ୍ତି ମୈତ୍ରୀ ପ୍ରିତୀ ସନ୍ଦେଶ ଦିଅଇ

ଅଶୋକ ଚକ୍ର ମଧ୍ୟେଣ। ୮ ।


ଉପରେ ନାରଙ୍ଗୀ ସବୁଜ ତଳରେ

ମଝିରେ ଧବଳ ବର୍ଣ୍ଣ

ଅଶୋକ ଚକ୍ରର ସନ୍ତକ ରହିଛି

ହୋଇଅଛି ଗରୀୟାନ । ୯ ।


ସ୍ଵାଧୀନତା ପର୍ବ ଅଗଷ୍ଟ ପନ୍ଦର

ଭାରତର ସ୍ଵାଭିମାନ

ହରଷେ ପାଳିବା ଜାତୀୟ ପରବ

ନମିବା ତାର ଚରଣ । ୧୦ ।



Rate this content
Log in