Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Others

3  

Agni kumar Sahu

Others

ଚିଠି

ଚିଠି

1 min
157


ଲେଖୁଛି ପତର ହୋଇ ତରତର

ଆଗୋ ମୋ ଅଭିମାନିନୀ

ଦୂର ଦେଶେ ରହି ଅଛି ବାଟ ଚାହିଁ

ଦୁଃଖେ ଯାଏ ଦିନ ଗଣି। ୧ ।


ପେଟ ପାଇଁ ଆଜି ତୁମକୁ ଛାଡ଼ି ମୁଁ

ଆସିଅଛି ବହୁ ଦୂରେ

ତୁମ କଥା ଭାବି ଦହି ହୁଏ ହୃଦ 

ଅମାପ ଦୁଃଖ ସାଗରେ । ୨ ।


କୁଟୁମ୍ବ ଜଞ୍ଜାଳ ପିଲାଙ୍କ ନେତୃତ୍ୱ

ଅର୍ଥ ସାଜଇ ବାଧକ

କୁଟୁମ୍ବ ପୋଷଣେ ଦେଶ ଦେଶାନ୍ତରେ

ହେଲି ଦାଦନ ଶ୍ରମିକ । ୩ ।


ପୁତ୍ର ଦୁହିତାକୁ ଛାଡି ତୁମ କୋଳେ

ସନ୍ତାପେ ଯାଏ ମୋ ଦିନ

ତୁମ ହାତ ରନ୍ଧା ଖାଦ୍ୟ ପାଇବାକୁ

ହେଉଛି ସାତ ସପନ । ୪ ।


ଦୁଃଖରେ ସୁଖରେ ତୁମେ ଥିଲେ ପାଶେ

ଭୁଲୁଥିଲି ମନସ୍ତାପ

ଖଟିଖଟି ମୋର ଦିନ ସରିଯାଏ

ଏହା ଦାଦନର ଦୁଃଖ । ୫ ।


ପିତାମାତାଙ୍କୁ ମୁଁ ଛାଡି ତୁମ ପାଶେ

ଆସିଛି ବିଦେଶ କରି 

ମନଜାଣି ତାଙ୍କ ସେବା କରୁଥିବ

ସମାଜେ ନ ପଡୁ ହୁରି। ୬ ।


ଦାରିଦ୍ର୍ୟତା ସିନା ପଥ ବିଗାଡିଛି

ସ୍ନେହରୁ କରେ ବଞ୍ଚିତ

ବାଛି ନେଇ ଅଛି ଦାଦନ ଶ୍ରମିକ

ବଞ୍ଚିବାର ରାହା ପଥ । ୭ ।


ସଜାଗ ରହିବ ସ୍ଵାସ୍ଥ୍ୟ ପ୍ରତି ତୁମ

ପିଲାଙ୍କର ଅଧ୍ୟୟନେ

ବନ୍ଧୁ କୁଟୁମ୍ବଙ୍କ ସଂପର୍କ ବୁଝିବ

ଭାଙ୍ଗି ନ ପଡ଼ି ଜୀବନେ । ୮ ।


ଜୀବନର ଅନ୍ୟ ନାମ ସଂଗ୍ରାମଟି

ଏ କଥା ତୁମକୁ ଜଣା

ଲକ୍ଷ୍ୟ ପଥେ ପଥ ଭ୍ରଷ୍ଟ ହେବାନାହିଁ

ଲଂଘି ଜୀବନ ଯନ୍ତ୍ରଣା । ୯ ।


ରହିଲି ପ୍ରିୟା ଗୋ ଜୀବନ ସଙ୍ଗିନୀ

ତୁମ ଚିଠି ବାଟ ଚାହିଁ

ଉତ୍ତର ରଖିବ ପଠାଇ ପତର

ଦୁଃଖ ନେଇ ସୁଖେ ଜୀଇଁ । ୧୦ ।



Rate this content
Log in