Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Others

3  

Agni kumar Sahu

Others

ସଖୀ ଲୋ ଆସ ଯିବାଟି

ସଖୀ ଲୋ ଆସ ଯିବାଟି

1 min
163


ସଖୀ ଲୋ ଆସ ଯିବାଟି

         ଆଜି ଶ୍ରୀକ୍ଷେତ୍ର ଧାମ

ମାନବୀୟ ଲିଳା ଚକାନୟନର

       ସୁନାବେଶ ଦେଖି ଲାଖିବ ମନ ।


ତିନିରଥେ ତିନି ଠାକୁର 

        ଦିଶୁଥିବେ ବଢ଼େ ସୁନ୍ଦର 

ସ୍ଵର୍ଣ୍ଣ ଅଳଙ୍କାରେ ଆଭୁଷିତ ହେବେ

        ରଥ ପରେ ଭକ୍ତେ ଦେବେ ଦର୍ଶନ।


ଚକାଚକା ନୟନ ତାର 

         ପଲକ ନ ପଡ଼ଇ ଯାର

ଭାଇ ବଳରାମ ସୁଭଦ୍ରା ଭଉଣୀ

         ସୁନାବେଶ ହେଲେ ଅତି ସୁନ୍ଦର ।


ଭକତ ସେବକ ପ୍ରହରୀ 

        ବଡ଼ ପଣ୍ଡା ସେବାୟତ ଭାରି

ସୁଶୋଭିତ କରି ସୁନାବେଶେ ହରି

         ପିନ୍ଧି ଥିବେ ପାଟ ପିତାମ୍ବରୀ ।


ସ୍ଵର୍ଣ୍ଣ ଅଳଙ୍କାରେ ଶ୍ରୀମୁଖ

          ଦିଶୁଥିବ ଜକ ଜକ

ରଥ ପରେ କଲେ ଦର୍ଶନ

          କୋଟି ପୂଣ୍ୟ ମିଳଇ ଜାଣ

ଭକ୍ତର ଭାବେ ବନ୍ଧା ସେ ଠାକୁର

        ଜଗତ ବନ୍ଦନ ଜଗମୋହନ ।


ଆଜି ହେବ ଅଧର ପଣା

         ଲାଗି ହେବ କାଳିଆ ସୁନା

ଚତୁର୍ଦ୍ଧା ମୂରତୀ ନୁଳାଦ୍ରୀ ବିଜୟେ

           କରିବେ ଲୋ ସଖି 

ଜଗାର ହେଉଛି ମନ ଉଚ୍ଛନ୍ନ ।


ରତ୍ନ ସିଂହାସନେ ଅଭିଷିକ୍ତ ହୋଇ

ଶାସନ ସମ୍ଭାଳ ହେ ଦାରୁବ୍ରହ୍ମ

ସଖି ଲୋ ଆସ ଯିବାଟି ।

          


Rate this content
Log in