STORYMIRROR

Agni kumar Sahu

Others

4  

Agni kumar Sahu

Others

ଅଳି ଅଳି ତଅପୋଇ

ଅଳି ଅଳି ତଅପୋଇ

2 mins
230


ସାଧବ ବୁଢ଼ାର ଅଳିଅଳି କନ୍ୟା

ନାମ ତାର ତଅପୋଇ

ସାତ ଭାଇରେ ଯେ ଗୋଟିଏ ଭଉଣୀ

ହୋଇଛି ଅତି ଗେହ୍ଲେଇ।


ସାଙ୍ଗସାଥୀ ମେଳେ ଖେଳେ ସରାଗରେ

କେତେ ଯେ କଣ୍ଢେଇ ଖେଳ

ବୁଡି ବ୍ରାହ୍ମଣୀର କୁଦୃଷ୍ଟି ପଡ଼ିଲା

ତଅପୋଇର ଉପର ।


କୁମନ୍ତ୍ରଣା କରି କହଇ ବ୍ରାହ୍ମଣୀ

କହିବୁ ପିତାକୁ ତୋର

ଅଳି ଅଳି ମୁହିଁ ମୋ ପାଇଁ ପିତା ହେ

ସୁନାଚାନ୍ଦ ଦିଅ ହାତେ ମୋର ।


କନ୍ୟା ଅଭିମାନ ଦେଖିଣ ସାଧବ

ଯାଇ ତାକୁ କଥା ଦେଲେ

ବଣିଆ ଡକାଇ ପିତା ,ସାତଭାଇ

ସୁନାଚାନ୍ଦ ଗଢାଇଲେ ।


ଚାନ୍ଦ ଗଢା କାର୍ଯ୍ୟ ହୋଇଅଛି ଅଧା

ସାଧବକୁ ହୁଏ ଜ୍ଵର

ରାତିକ ଅନ୍ତରେ ତଅପୋଇ ପିତା

ଚାଲିଗଲା ଯମପୁର ।


ପିତା ମୃତ୍ୟୁ ପରେ ଜନନୀ ତାହାର

ତେଜିଲା ତାର ଜୀବନ

ଅଧାଗଢ଼ା ଚାନ୍ଦ ଅଧାରେ ରହିଲା

ବିଧି ହେଲା ତା'ର ବାମ ।


ସାତ ଭାଇରଯେ ଗୋଟିଏ ଭଉଣୀ

କଲେ ନାହିଁ କିଛି ଊଣା

ସାତ ଭାଉଜଙ୍କ ସ୍ନେହ ଶରଧାରେ

ବାନ୍ଧି ହେଲା ନିତି ଜେମା ।


ସାତ ଭାଇ ମିଶି ବିଚାର କରନ୍ତି

ଯିବାକୁ ବାଣିଜ୍ୟ କରି

ପତ୍ନୀ ମାନଙ୍କୁ କହନ୍ତି ବୁଝାଇ

ଥିବ ତୁମ୍ଭେ ଧର୍ଯ୍ୟ ଧରି ।


ଭଗ୍ନିକୁ ଆମର ଗେହ୍ଲାରେ ରଖିବ

ନ କରିବ ଅଣହେଲା

ପିତାମାତା ଭଳି ସ୍ନେହ ବାଣ୍ଟୁଥିବ

ଲାଗିଲା ତୁମ୍ଭଙ୍କୁ ଭଲା ।


ସାତ ଭାଇ ମିଶି ନୌବାଣିଜ୍ୟ ପାଇଁ

ସମସ୍ତେ ବିଦେଶ ଗଲେ

ସାତ ଭଉଣୀରେ ଗୋଟିଏ ନଣନ୍ଦ

ହରଷେ ସେବା ସାରିଲେ ।


ସାତ ଭାଉଜଙ୍କ ମଝିରେ ତପୋଇ

କରନ୍ତି ଦୋଳି ଝୁଲଣ

ଏ ସମୟେ ଦେଖ ବିଧବା ବ୍ରାହ୍ମଣୀ

ଆସି ହେଲା ଉପସ୍ଥାନ ।


ସାତ ଭାଉଜଙ୍କୁ ଆଖି ଠାର ଦେଇ

କରିଲା ସେ କୁମନ୍ତ୍ରଣା

ଆଜିଠାରୁ ତାକୁ ସ୍ନେହ ନକରିବ

ଦିଅ ତାକୁ ନିର୍ଯ୍ୟାତନା ।


ବ୍ରାହ୍ମଣୀ କଥାରେ ଛଅ ଭାଉଜଙ୍କ

ହେଲା କିବା ମତିଭ୍ରମ

ତଅପୋଇ ପ୍ରତି ଅଣଦେଖା କରି

ଆରମ୍ଭିଲେ ମନ୍ଦ କର୍ମ ।


ଛେଳି ଚରାଇବା ଗୋବର କାଢ଼ିବା

ମାଜିଲା ଅଇଁଠା ବାସନ

ଖାଇବା ପାଇଁ କି ମୂଷା ମାଟି ଦେଲେ

କିଅବା ଅଇଁଠା ଅନ୍ନ ।


ସାନ ଭାଉଜଟି ଅତି ସରାଗରେ

କରିଥାଏ ବୁଝାମଣା

ସ୍ନେହ ଶରଧାରେ ଆଦର କରଇ

ଖୋଇଦିଏ ସ୍ନେହେ ସିନା ।


ଅଳି ଅଳି କନ୍ୟା ତଅପୋଇ ଆଜି

ଭୋଗୁଅଛି ବିଡ଼ମ୍ବନା

ଛେଳି ଜଗୁଆଳି ହୋଇଛି ବନସ୍ତେ

ଛ ଭାଉଜଙ୍କ ନିର୍ଯ୍ୟାତନା ।


ଘରମଣୀ ଛେଳି ହଜିଯାଇଅଛି

ଭାଉଜଙ୍କର ଗଞ୍ଜଣା

ରାତିରେ ଖୋଜୁଛି ଛେଳି ଘରମଣୀ

ହେଉଅଛି ବାଟ ବଣା ।


ନିଶାରେ ଯାଆନ୍ତେ ଦୃଷ୍ଟିରେ ପଡିଲା

ବୃକ୍ଷ ମୂଳେ ଖୁଦୁରୁକୁଣୀ

ଓଷାବ୍ରତ ସାରି ଚାଲିଯାଇଛନ୍ତି

କରି ଓଷା ଭାଲୁକୁଣୀ ।


ମାତାଙ୍କୁ ସୁମରି କାନ୍ଦି ହୃଦଗତେ

ଜଣାଏ ମାଁ ଭାଲୁକୁଣୀ

ଘରମଣୀ ମୋର ମିଳିଯାଉ ମାଆ

ପୂଜିବି ଖୁଦୁରୁକୁଣୀ ।


ଘରମଣୀ ସଙ୍ଗେ ସାତଭାଇ ତାର

ସେ କାଳେ ଯାଇ ପାଇଲା

ଛଅ ଭାଉଜଙ୍କ ନାକଶିରୀ କାଟି

ହରଷେ ଘରକୁ ଗଲା ।


Rate this content
Log in