Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Others

3  

Agni kumar Sahu

Others

ରଥଯାତ୍ରା

ରଥଯାତ୍ରା

1 min
162



ଶ୍ରୀମନ୍ଦିରେ ବସି କାଲିଆ ସାଆନ୍ତ

ବୁଝୁଥିଲେ ଦୁ୍ଃଖ ସୁଖ 

ନବଦିନ ପାଇଁ ମାଉସୀ ଘରକୁ

ଯିବେ ହେ ଭକତେ ଦେଖ ।


ଭକ୍ତ ମେଳରେ ଟାହିଆ ହଲାଇ

ଝୁଲି ଝୁଲି ଜଗନ୍ନାଥ

ବଳିଆ ଭାଇ ଓ ସୁଭଦ୍ରା ଭଉଣୀ

ଟାହିଆ ପିନ୍ଧିବେ ମାଥ। ।


ବରଷକେ ଥରେ ଗୁଣ୍ଡିଚା ଯାତ୍ରା ରେ

ଭାଇ ଭଉଣୀଙ୍କୁ ଧରି

ଗୁଣ୍ଡିଚା ନବର ବୁଲି ଯିବେ ପ୍ରଭୁ

ରଥ ଯାନେ ବସି କରି ।


ତାଳଧ୍ଵଜ ରଥେ ଭାଇ ବଳରାମ

ଭଉଣୀ ଦର୍ପଦଳନେ

ନନ୍ଦିଘୋଷେ ବିଜେ କାଲିଆ ସାଆନ୍ତ

ଭକତ ଭିଡଗହଣେ ।


ବଡ଼ଦାଣ୍ଡ ଆଜି ଗହଳ ଚହଳ

 ସମାଗମ ଭକତର

ଗୋଟିପୁଅ ନାଚ ମୃଦଙ୍ଗ କୀର୍ତ୍ତନ

ହୁରି ପଡେ ଭକତର ।


ବଡ଼ଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ହୁଏ ଛାଉଣୀ

ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଣ

ରଥ ଭିଡ଼ି ସୁଖ ମଣି ।


ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ତୁମ

ଜଗତ ପାରିଛି ଜାଣି 

ଆହେ ଦାରୁବ୍ରହ୍ମ ଚତୁର୍ଦ୍ଧାମୂରତି

ଜଗତର ଶିରୋମଣି ।


ମାଉସୀ ଘରକୁ ପୋଡପିଠା ଖାଇ

ଯାଉଛ ଜଗତ ସାଇଁ

ସବୁ ତ ତୁମରି ସର୍ଜନା ହେ ପ୍ରଭୁ

ମୋର ବୋଲି କିଛି ନାହିଁ ।


ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା

ଗୁଣ୍ଡିଚା ଯାତ୍ରା ତୁମ

ନବ ଦିନ ଯାତ୍ରା ସାରି ମହାବାହୁ

କରିବ ପ୍ରତ୍ୟାବର୍ତ୍ତନ ।


ଆଷାଢ଼ ମାସର ଶୁକ୍ଳପକ୍ଷର

ଦଶମୀ ତିଥିରେ ପୁଣ

ଶ୍ରୀମନ୍ଦିରେ ବିଜେ କରି ଚଉବାହା

ଭକତ ର ଡାକ ଶୁଣ ।



Rate this content
Log in