Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Others

4  

Agni kumar Sahu

Others

ଭକ୍ତ ହନୁମାନ

ଭକ୍ତ ହନୁମାନ

2 mins
340



ଜୟ ଜୟ ହନୁମାନ ପବନ ନନ୍ଦନ

ଅଞ୍ଜନା ଗର୍ଭ ସମ୍ଭୁତ ଭକତ ପ୍ରଧାନ ।

ଜୟ ଜୟ ବଜରଙ୍ଗୀ କେଶରୀ ନନ୍ଦନ

ଜୟ କପି ଶ୍ରୀରାମଙ୍କ କଷଣ ମୋଚନ ।

ରୁଦ୍ର ଅବତାର ତୁମେ ଶ୍ରେଷ୍ଠ ପରାକ୍ରମ

ଆବାଲ୍ଯ ବ୍ରହ୍ମଚାରୀ ହେ ବୀର ହନୁମାନ ।

ଅଯୋଧ୍ୟା ନରେଶ ଜ୍ଯେଷ୍ଠ ସୂତ ରାମଚନ୍ଦ୍ର

ପିତୃସତ୍ୟ ପାଳି ଗଲେ ଗହନ ବନସ୍ତ ।

ଚତୁର୍ଦ୍ଦଶ ବର୍ଷ ସେହୁ ହେଲେ ବନଚାରୀ

ସଙ୍ଗତେ ଛନ୍ତି ଲକ୍ଷ୍ମଣ ଜନକ କୁମାରୀ।

ଚିତ୍ରକୁଟ ପର୍ବତରୁ ପଞ୍ଚବଟୀ ଗଲେ

ସୀତା ହରାଇଣ ରାମ କିସ୍କିନ୍ଧା ଗମିଲେ ।

ପ୍ରଭୁ ଭକ୍ତ ଭେଟିବାର ବିଧିର ବିଧାନ

ଭକ୍ତ ଶ୍ରେଷ୍ଠ ତୁମକୁ ଭେଟିଲେ ଭଗବାନ।

ସୁଗ୍ରୀବ ସଙ୍ଗେ ପ୍ରଭୁ ରାମ ମଇତ୍ର ହୋଇଲେ

ସୁଗ୍ରୀବର ଭାଇ ବାଳୀ ବୀର ବଧ କଲେ ।

ସେହିଠାରୁ ପ୍ରଭୁ ଭକ୍ତ ହୋଇ ଏକତ୍ରିତ

ବାନର ସେନା ସୁଗ୍ରୀବ ବୀର ହନୁମନ୍ତ ।

ରାମ ସଙ୍ଗେ ବଇଦେହୀ ଅନୁଜ ଲକ୍ଷ୍ମଣ

କ୍ରମେ ଯାଇ ପହଞ୍ଚିଲେ ପଞ୍ଚବଟୀ ବନ ।

ପୂର୍ଣକୁଟୀର ଏକ ସ୍ଵୟଂ ନିର୍ମାଣିଲେ

ବନବାସ ନିର୍ବାହିବା ମନରେ ଭାବିଲେ ।

ସୂର୍ପଣଖା ଛଳେ ରାମ ସୀତା ହରାଇଲେ

ଲଙ୍କାର ରାବଣ ହସ୍ତେ ହରଣ ହୋଇଲେ ।

ସୀତା ହରାଇଣ ରାମ ଅନୁଜ ଲକ୍ଷ୍ମଣ

ବୁଲିବୁଲି କିସ୍କିନ୍ଧାରେ ପ୍ରବେଶ ହୋଇଣ ।

ସୁଗ୍ରୀବଙ୍କ ସଙ୍ଗେ ଭେଟି ବୀର ହନୁମାନ ।

ସୀତା ଅନ୍ୱେଷଣେ ଗଲ ତୁମେ ହନୁମାନ

ରାମ ଆଜ୍ଞା ପାଳି ଲଙ୍କା କରିଲ ଗମନ ।

ରତ୍ନ ମୁଦ୍ରିକା ନେଇଣ ସୀତା ଠାବ କଲ

ସୁସମ୍ଵାଦ ନେଇ ସୀତା ସନ୍ତକ ଆଣିଲ ।

ଅଶୋକ ବନରେ ବଇଦେହୀ ଠାବକରି

ଲଙ୍କାଦହନ କଲ ହେ ବଜରଙ୍ଗବଳୀ।

ସେତୁବନ୍ଧ ବାନ୍ଧି ଲଙ୍କା ବୀର ଦଶାନନ

ବଦ୍ଧକରି ବଇଦେହୀ ଆଣିଲେ ବହନ ।

ବିଭୀଷଣଙ୍କୁଯେ ଲଙ୍କାରେ ଅଭିଷେକ କରି

ସଙ୍ଗେ ବିଭା କରାଇଲ ରାଣୀ ମନ୍ଦୋଦରୀ ।

ରାବଣ ବଦ୍ଧ କରିଣ ସୀତାଙ୍କ ଉଦ୍ଧାର

ତୁମ୍ଭ ସହଯୋଗେ କଲେ ପ୍ରଭୁ ରଘୁବୀର ।

ଶିବଙ୍କର ଅନ୍ଯରୂପ ରୁଦ୍ର ଅବତାର

ଚନ୍ଦ୍ରସେଣା ରୂପେ ଜନ୍ମିଥିଲ ହେ ଦ୍ଵାପର ।

ବୃଷଭାନୁ ଜେମାଙ୍କୁ ଯେ ପତ୍ନୀ ରୂପେ ପାଇ

ତାଙ୍କ ହାତରନ୍ଧା ଖାଇ ତୃପ୍ତି ମନ ହୋଇ ।

ତ୍ରେତୟାରେ ହନୁମାନ ପବନ ନନ୍ଦନ

ରାମ ଭକ୍ତ ରୁପେ ପ୍ରଭୁ ହୋଇଲ ଗଣନ ।

ଭକତ ପରୀକ୍ଷା ଦେଇ ନିଜ ଛାତି ଚିରି

ରାମ ସୀତା ଲକ୍ଷ୍ମଣଙ୍କୁ ଦେଖାଇଲ ହରି ।

ସେହି ଦିନୁ ଭକ୍ତ ଶ୍ରେଷ୍ଠ ବୀର ହନୁମାନ

ତବପାଦ ପଙ୍କଜରେ ପଶୁଛି ଶରଣ ।


Rate this content
Log in