Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Agni kumar Sahu

Others

3  

Agni kumar Sahu

Others

କୋଣାର୍କ

କୋଣାର୍କ

1 min
110



ଚାରୁ ଚିତ୍ରପଟ କଳା ସ୍ଥାପତ୍ୟର

କୋଣାର୍କ ଟି ମୁକସାକ୍ଷୀ

ଉତ୍କଳ ପ୍ରଦେଶ ପର୍ଯ୍ୟଟନ କ୍ଷେତ୍ର

କାରୁକାର୍ଯ୍ୟ ମନଲାଖି । ୧ ।

ବାରଶ ବଢେଇ ନିହାଣ ମୁନରେ

ଖୋଦି କରିଥିଲେ ସୃଷ୍ଟି

ଅପରୂପ ତାର ସୌନ୍ଦର୍ଯ୍ୟ ଶିଳାଲିପି

ଦେଖି ହୁଏ ମନ ତୁଷ୍ଟି । ୨ ।

ବିଶୁ ମହାରଣା ବାରଶ ବଢେଇ

କରିଥିଲେ କଳାକୃତି

ଚନ୍ଦ୍ରଭାଗା ତୀରେ ମନ୍ଦିର ନିର୍ମାଣି

ରଖିଗଲେ ତାଙ୍କ ସ୍ମୃତି । ୩ ।

ମନ୍ଦିର ନିର୍ମାଣି ଚୁଳ ମାରିବାକୁ

ନୋହିଲେ କେହି ଭାର୍ଜନ

ରାଜାଙ୍କ ଆଦେଶ ହେବ ମୁଣ୍ଡକାଟ

ଚୂଳ ନ ମାରିଲେ ପୁଣ । ୪ ।

ବିଶୁ ମହାରଣା ଏକଇ ନନ୍ଦନ

ଧର୍ମପଦ ତାଙ୍କ ନାମ

ପିତାଙ୍କ ସନ୍ଧାନେ ଯାଇ ପହଞ୍ଚିଥିଲେ

ପିତା ବିଶୁଙ୍କ ସଦନ । ୫ ।

ବାରଶ ବଢେଇ ମୁଣ୍ଡି ନ ମାରିଲେ

ପ୍ରାତେଃ ହେବ ମୁଣ୍ଡକାଟ

ଶୁଣି ଧର୍ମପଦ ବିସ୍ମୟ ହୋଇଣ

ବତାଇଲେ ନିଜେ ବାଟ । ୬ ।

ଧରମା ଚଢିଣ ମୁଣ୍ଡି ମାରି ସାରି

ଡେଇଁଲେ ଅଥଳ ଜଳେ

ବାରଶ ବଢେଇ ମୁଣ୍ଡ ରହିଗଲା

କଥା ରହେ କାଳେ କାଳେ । ୭ ।


Rate this content
Log in