ସହଧର୍ମିଣୀ
ସହଧର୍ମିଣୀ
ବୟସ ଚକ୍ରରେ ସୋପାନ ଚଢି ମୁଁ
ଯୌବନରେ ଉପଗତ
ସୃଷ୍ଟିର ସର୍ଜନା ମନର ଭାବନା
ଏକତ୍ରିତ ଦୃଢିଭୂତ ।
ସାମାଜିକ ରିତି ବିଧି ଅନୁସାରେ
କନ୍ୟା କରିଣ ଚୟନ
ପିତାମାତା ବନ୍ଧୁ ପରିଜନ ଡାକି
ବିଭା କରାଇଲେ (ମୋତେ) ପୁଣ ।
ହାତ ପରେ ହାତ ଛନ୍ଦି ଦେଇଗଲେ
ପିତାମାତା ତୁମ ଆମ
ପତିପତ୍ନୀ ରୁପେ ସ୍ଵିକୃତି ମିଳିଲା
ହୋଇ ବିବାହ ବନ୍ଧନ ।
ତୁମେ ହେଲ ମୋର ଅଙ୍କଶାୟିନୀ
ସୁଖେ ଦୁଃଖେ ପ୍ରଣୟିନୀ
ସବୁ କାର୍ଯ୍ୟେ ମୋର ପଥ ପ୍ରଦର୍ଶୀକା
ତୁମେ ମୋ ସହଧର୍ମିଣୀ ।
ଅନେକ ନାମରେ ପରିଚିତା ତୁମେ
ପ୍ରିୟା ସ୍ତ୍ରୀ ଓ ଧର୍ମପତ୍ନୀ
ପରିବାରେ ତୁମ ଗୁରୁତ୍ବ ଭୂମିକା
ସନ୍ତାନଙ୍କର ଜନନୀ ।
ତୁମ ହାତଧରି ଲଭିଲି ପୌରୁଷ
ଦେଲ ପିତା ପରିଚୟ
ସଂସାରର ନାବ ବାହିବା ବିଷମ
ତୁମ ବିନା ଦୁଃଖ ମୟ ।
ଜୀବନ ଯାତ୍ରାରେ ସାଥେ ଥିଲେ ତୁମେ
ସଦା ଜୟ ବିଜୟିନୀ
ସହଯୋଗୀ ବୋଲି ନାମ ହେଲା ତୁମ
ସଂସାରେ ସହଧର୍ମିଣୀ ।
