STORYMIRROR

Sidhanta Parhi

Inspirational

3  

Sidhanta Parhi

Inspirational

ହେ ସତ୍ୟ ଦେଖାଦିଅ ଥରେ

ହେ ସତ୍ୟ ଦେଖାଦିଅ ଥରେ

1 min
169

ହେ ସତ୍ୟ

ଦେଖାଦିଅ ଥରେ

ଲୁଚି ରହିଅଛ କେଉଁ ଅଗନାଅଗନି ବନସ୍ତରେ

ଅବା ତୁମେ ନିଦ୍ରିତ ଅଜଣା ଏକ ଗମ୍ଭୀରା ଭିତରେ


ମାନବିକତା ର ସଡ଼କ ଆଜି ଅସାମାଜିକତାରେ କର୍ଦ୍ଦମାକ୍ତ

ମଣିଷ ଶୋଶୁଛି ମଣିଷର ରକ୍ତ

ଚାରିଆଡେ ସହସ୍ର ନିର୍ଭୟାଙ୍କ ଆର୍ତ୍ତନାଦ

ଆଉ ମିଥ୍ୟାର କପଟତା ନିରବି ଯାଉଥିବା ଅଗଣିତ ପ୍ରତିବାଦ

ହେ ସତ୍ୟ, ତୁମେ କଣ କିଛି ଦେଖିପାରୁନ?


ଆଜି ନହେଲେ ବି କାଲି

ତୁମେ ସର୍ବ ସମ୍ମୁଖକୁ ଆସିବ ନିଶ୍ଚୟ

କିନ୍ତୁ ଥରେ ଭାବି ଦେଖ

ବିଳମ୍ବ ହେଇ ନଯାଉ ତୁମ ଆଗମନ

ଆଉ ସମୟ ପୃଷ୍ଠାରୁ ହଜି ନଯାଉ

ତୁମର ଅପେକ୍ଷାରତ ଅନେକ ନିରୀହ ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational