ହେ ସତ୍ୟ ଦେଖାଦିଅ ଥରେ
ହେ ସତ୍ୟ ଦେଖାଦିଅ ଥରେ
ହେ ସତ୍ୟ
ଦେଖାଦିଅ ଥରେ
ଲୁଚି ରହିଅଛ କେଉଁ ଅଗନାଅଗନି ବନସ୍ତରେ
ଅବା ତୁମେ ନିଦ୍ରିତ ଅଜଣା ଏକ ଗମ୍ଭୀରା ଭିତରେ
ମାନବିକତା ର ସଡ଼କ ଆଜି ଅସାମାଜିକତାରେ କର୍ଦ୍ଦମାକ୍ତ
ମଣିଷ ଶୋଶୁଛି ମଣିଷର ରକ୍ତ
ଚାରିଆଡେ ସହସ୍ର ନିର୍ଭୟାଙ୍କ ଆର୍ତ୍ତନାଦ
ଆଉ ମିଥ୍ୟାର କପଟତା ନିରବି ଯାଉଥିବା ଅଗଣିତ ପ୍ରତିବାଦ
ହେ ସତ୍ୟ, ତୁମେ କଣ କିଛି ଦେଖିପାରୁନ?
ଆଜି ନହେଲେ ବି କାଲି
ତୁମେ ସର୍ବ ସମ୍ମୁଖକୁ ଆସିବ ନିଶ୍ଚୟ
କିନ୍ତୁ ଥରେ ଭାବି ଦେଖ
ବିଳମ୍ବ ହେଇ ନଯାଉ ତୁମ ଆଗମନ
ଆଉ ସମୟ ପୃଷ୍ଠାରୁ ହଜି ନଯାଉ
ତୁମର ଅପେକ୍ଷାରତ ଅନେକ ନିରୀହ ଜୀବନ