STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଗୋଲାପୀ ରଙ୍ଗ

ଗୋଲାପୀ ରଙ୍ଗ

1 min
184


ପ୍ରଣୟର ରଙ୍ଗ ଗୋଲାପୀ ରଙ୍ଗଟି

ଲାଜଲାଜ ଗାଲେ ଦିଶେ

ଗୋଲାପ ଫୁଲର ପାଖୁଡା ଦେହରେ

ମନ୍ଦ ମନ୍ଦ ହୋଇ ହସେ।


ପ୍ରେମିକ ହାତରେ ଉପହାରଟିଏ

ନାରୀଙ୍କ ପ୍ରଥମ ପ୍ରେମ

କମନୀୟତାର ପରିଚୟ ଏଇ 

ସବୁଠାରୁ ମନୋରମ।


କ୍ରୀଡାର ସୂଚକ ହୋଇଥାଏ ଏହା

ପୂର୍ବ ଦିଶା ସିନ୍ଦୁରିମା

ଅସ୍ତାଚଳେ ଯେବେ ବାହୁଡେ ତପନ

ପ୍ରତିଚୀ ଦିଶେ ସୁଷମା।


ଗୋଲାପୀ ଫୁଲଟି ଲାଗଇ ସୁନ୍ଦର

ପୂଜାପାଇଁ ଲୋଡା ତାର

ଗୋଲାପୀ ଚିଠିରେ ବାସିଲେ ଅତର

ଜଣାପଡେ ପ୍ରିିୟଙ୍କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational