STORYMIRROR

Gouranga Patel

Inspirational Others

3  

Gouranga Patel

Inspirational Others

ଜୟ ଓଡ଼ିଶା

ଜୟ ଓଡ଼ିଶା

1 min
230


ଗର୍ବର ସହ କହୁ "ଆମେ ଓଡ଼ିଆ"

ଖାଣ୍ଟି ଓଡ଼ିଆ 

ତୀର୍ଥ କ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ପୁଣ୍ୟ ଭୂମିରେ

ମା ମାଟି ମାତୃଭୂମିରେ

ପାଦ ଥାପି ଥାପି ଚାଲୁ ଚାଲୁ

କେବେ ଯେ ବଡ ହେଇଗଲେ

ଦିନେ ବାପା ନେଇଗଲେ ଇସ୍କୁଲ ଘରକୁ 

ପୂଜା ତୀଥିରେ

ଆଜ୍ଞା ଚକ ଖଡ଼ିଟିଏ ହାତରେ ଧରାଇ 

ନୂଆ ସିଲଟରେ ଲେଖି ଶିଖାଇଥିଲେ

"ମା" ଅକ୍ଷରଟି

ସାକ୍ଷରତାର ପ୍ରଥମ ଅକ୍ଷର "ମା" 

ମାଟି ଗୋଲାକୁ ମଣିଷ କରିବାର ପ୍ରଥମ ପ୍ରୟାସ

ବହି ବସ୍ତାନୀ 

ଆଜ୍ଞା

ଆଉ ପାଠ ପଢିବା

ଏଇ ଭାଷାର ସାହାରାରେ ଶିଖିଲେ, ଜାଣିଲେ

ତା ସିଢ଼ିରେ ଚଢି ପୂର୍ଣରୂପେ ବିକସିତ ହେଲେ

ବଡହେଇ କିଏ ଚାକେରୀ କଲା

ତ କିଏ ନିଜ ବେଉସା ସମ୍ଭାଳିଲା

କାଁ ଭାଁ ଗାଆଁ ସହର ଛାଡି ବାହାରକୁ ଗଲେ

ପରାଦେଶୀ ସାଜିଲେ 

ଯାହା ଦାନା ପାଣି ଯେଉଁଠି

ବ୍ୟସ୍ତତାଭିତରେ ଯୁଝି ଯୁଝି ଭୁଲିଯାଇନୁତ ଆମେ

ସେଇ ଅତୀତର କୋଳକୁ ବଳିଷ୍ଠ କରିବାପାଇଁ

କର୍ତ୍ତବ୍ୟ ରହିଛି ପ୍ରତିଟି ଓଡ଼ିଆବାସୀ, ଆମସମସ୍ତଙ୍କର

ଆଜିର ଶୁଭ "ଉତ୍କଳ ଦିବସ" ଅବସରରେ

ସଂକଳ୍ପ କରିବା ଆସ

ପ୍ରତକ୍ଷ୍ୟ ବା ପରୋକ୍ଷ ଭାବରେ 

କିଛିତ କରିପାରିବା

ନିଜ ଭାଷା ପାଇଁ, ଜନମମାଟି ପାଇଁ

ଆହ୍ୱାନ

ଟିକିଏ ପ୍ରତିଦାନ ଲାଗି !

ଜୟ ଓଡ଼ିଶା, ଜୟ ଓଡିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational