ଅଭିଳାଷା
ଅଭିଳାଷା


ମୋ ଆର ଜନମେ ଫୁଲଗଛଟିଏ
କରିବ କାଳିଆ ମୋତେ,
ଫୁଲର ସମ୍ଭାରେ ଚହଟୁ ଥିବି ହେ
ମୋ ଗାଆଁ ପୋଖରୀ ହୀଡେ ।
ତୋଳିନେବେ ଫୁଲ ମହା ଆନନ୍ଦରେ
ନିଜ ଗୃହେ ପୂଜା ପାଇଁ,
କେ ଅବା ଗୁନ୍ଥିବ ଲମ୍ବା ମାଳାଟିଏ
ତୋ ଗଳାରେ ଦେବାପାଇଁ ।
ବଡ ଶୋଭାବନ୍ତ ମୋ ଗାଆଁ ମନ୍ଦିର
ଅଛ ଉପବିଷ୍ଟ ତହିଁ,
ଭଜନ କୀର୍ତ୍ତନ ଜମେରେ ଆସର
ସରଗ ଭୁଇଁଟି ସେହି ।
ମୋ ଗଛର ଫୁଲ ପୂଜାପାଇଁ ଯେବେ
ଲୋଡାହେବ ଶ୍ରୀଛାମୁରେ,
ଜନମ କରମ ସାର୍ଥକ ହେବ ହେ
ମନେ ଅଭିଲାଷା ଜାଗେ ।