ଜୀବନ ଯମୁନା
ଜୀବନ ଯମୁନା


ଭାବ ଦରିଆରେ ଜୀବନ ନଉକା
ଦୋହଳି ଦୋହଲି ଭାଷେ
ପବନ ହିଲ୍ଲୋଲେ ତରୀର ସଂଯୋଗେ
ପ୍ରସରେ ଅକାତ କାତେ ।
ନାବିକ ସମାନେ ମଣିଷ ବାହେରେ
ଭିଜା ଭିଜା ଆଶା ନେଇ
ଦୁଃଖ ଆସୁ ଯେତେ ସୁଖ ଛନ୍ଦି ସାଥେ
ସଞ୍ଚରେ ଭାଗ୍ୟ ଆଦରି ।
କେତେବେଳେ ଏକା କେବେ ପୁଣି ଧୋକା
ଜଣା ଅଜଣାଙ୍କ ମେଳେ
ନିଜ ଦୃଢ ବଳେ କର୍ମ କରିଚାଲେ
ସଂଶୟ ନକରି ତିଳେ ।
ଝଡ ଝଞ୍ଜା ଯେତେ &
nbsp;ଆସେ ଯାଏ ବଳେ
ଜୀବନ ଯମୁନା ରୀତି
କିଏ ଜିତେ ପୁଣି କିଏ ହାରିଯାଏ
ଏଇତ ସଂସାର ଉକ୍ତି ।
ଆଗପଛ ଭାବି ମିଛମାୟା ଭବେ
ଗଣି ଗଣି ପାଦ ରଖେ
ବେଳ ଥାଉଥାଉ ବଢ଼ାଏ ଗତିକୁ
ତୀରେ ଉଭା ହେବା ଆଶେ ।
ଖୁସି ଖୁସି କାଳ କାଟୁଥିଲା ବେଳେ
ମନରେ ଛନକା ଥାଏ
କେଉଁ ସମୟରେ ଘଟିବ ଅନର୍ଥ
କିଏ ଅବା କହିପାରେ ।
ଭାଗ୍ୟକୁ ଆଦରି କର୍ମ କରିଯିବା
ଲାଭ କ୍ଷତି ନବିଚାରି,
କରିଥିଲେ ଭଲ ସୁଫଳ ମିଳିବ
କାର୍ଯ୍ୟ କଳାପ ହିଁ ସ୍ଥାୟୀ ।