STORYMIRROR

Gouranga Patel

Others

4  

Gouranga Patel

Others

ପିଲା ଦିନର ଗାଆଁ

ପିଲା ଦିନର ଗାଆଁ

1 min
170


ଚାଳିଶି ବରଷ ଆଗର ଗାଆଁଟା

ଲାଗେ ସେତେବେଳେ ଗରିବ ଥିଲା 

ଆଜି ସିନା ଧନୀ ପାଲଟି ଯାଇଛି

ମାଟି ଘର ସବୁ ହୋଇଛି ପକ୍କା (୧)


ବହି ବସ୍ତାନୀର ଇସ୍କୁଲ ଘର 

ଗୁରୁଜନ ସର୍ବେ ସଦା ନମସ୍ୟ

ବାପା ମାଆ ଯାହା କହନ୍ତୁ ଭଲା 

ଆଜ୍ଞାଙ୍କର କଥା ସବୁ ସଠିକ (୨)


ଗାଆଁ ଦାଣ୍ଡ ପିଣ୍ଡା ପୋଖରୀ ହିଡ

ସାଙ୍ଗ ସାଥି ମେଳେ ଜମେ ଆସର

ଗାଆଁ ଏମୁଣ୍ଡରୁ ସେମୁଣ୍ଡ ଯାଏ

ସବୁ ଚିହ୍ନା ଜଣା ସତେ ନିଜର (୩)


କାନ୍ଧରେ ଗାମୁଛା ପେଣ୍ଟ ଖଣ୍ଡିକ

ଖାଲି ପାଦ ପୁଣି ନାହିଁ ପୋଷାକ

ଅତି ସାଧାରଣ ଜୀବନଯାପନ 

ନିର୍ମଳ ମନକୁ ମଧୁର ଝର (୪)


ପିଲାଦିନ କଥା ଭୁଲିକି ପାରିବା

ଛାପ ଛାଡି ଯାଏ ଜୀବନେ ଏକା

ସେଇ ପିଲା ଦିନ ଫେରିବ ନାହିଁଟି

ଏଇ ସ୍ମୃତି ଟିକ ଅଟେ ଅଭୁଲା (୫)


ଚାଲି ଚଳନ ଓ ସଂସ୍କାର ସାର

ପିଲାଦିନର ଏ ଭିତ୍ତିପ୍ରସ୍ତର

ସକ୍ଷମ କରଇ ଭବିଷ୍ୟ ପଥ

ସଂଘର୍ଷ ହେଉ କି ମଧୁରମୟ (୬)


ଜନନୀ ଜନମ ମାଟିର କୋଳ

ନିଛାଟିଆ କିମ୍ବା ବଣ ପାହାଡ ଘେର

କେଇଟା ବରଷ ସୁଖ ଦୁଃଖର   

ତୋତେ ଦଣ୍ଡବତ ଥରକୁ ଥର (୭)



Rate this content
Log in