STORYMIRROR

Gouranga Patel

Others

3  

Gouranga Patel

Others

ପ୍ରଶ୍ନ

ପ୍ରଶ୍ନ

1 min
224


ବିଗତ ଅଗଣିତ ଦଶନ୍ଧି

ସମଗ୍ର ବିଶ୍ୱ ଭିନ୍ନ ଭିନ୍ନ ସୂତ୍ରରେ ବାନ୍ଧିହୋଇ 

ବିଶ୍ୱ ଭାତୃତ୍ବର ଦ୍ୱାହି ସହ

ଉନ୍ନତି ମାର୍ଗରେ ଆଗେଇ ଯିବା ଆଶାରେ

ଉତ୍ତରୋତ୍ତର ପ୍ରଚେଷ୍ଟା କରୁ କରୁ

ସଜଡ଼ା ସଂସାରରେ ଭିନ୍ନ ଭିନ୍ନ ରାଷ୍ଟ୍ର 

ଅନବରତ ଆପ୍ରାଣ ଚେଷ୍ଟାରେ ଜୁଟିଲେ   

ନିଜ ଦେଶକୁ ମହିମାନ୍ନିତ କରିବାର ଉଚ୍ଚାକାଂକ୍ଷା ସକାଶେ

ସ୍ବମତ୍ତରେ ଜ୍ଞାନ ବିଜ୍ଞାନର ସମ୍ୱନ୍ଧ ଯୋଡି

ଜିଜ୍ଞାସା ଭୋକରେ ନାନା ଆବିସ୍କାର ଓ ଉଦ୍ଭାବନ କରି

ସ୍ୱଚ୍ଛଳତା, ନଭଶ୍ଚୁମ୍ବି ଆୟତନ, ଭୋଗ ବିଳାସ, 

ଅମାପ ସୁଖ ସମୃଦ୍ଧିର ମିନାର ଗଢୁ ଗଢୁ

ହାର ଜିତର ଖେଳରେ

"ମୁଁ" ଉଦଘୋଷିତ ହେବାର ଲାଲସା

ଭଲ କରୁ କରୁ ଏମିତି ଭେଲ ହେଲାଯେ

ମଣିଷ, ମଣିଷର ବିନାଶ ପାଇଁ 

ଉପାୟ ପାଞ୍ଚିଲା, କରୋନାର ହେଲା ଆବିର୍ଭାବ 

ବ୍ୟାପିଲା . . . ସେ ଦେଶରୁ, ଅସଂଖ୍ୟ ଦେଶକୁ ।


- - - - -


ଭୁକ୍ତଭୋଗୀ ଭାରତ

ଗୁଡ଼ାଏ କାଇଦା କାନୁନ ମାନି ଚାଲିବା ସତ୍ୱେ

ଥମିଯାଇଥିବା ଗତି ଓ ପ୍ରଗତି

ଯେତେବେଳେ ଖୋଲା ଆଙ୍ଗନରେ

ଚଳ ପ୍ରଚଳ ଆବୋରି ନେବ

ଜନ୍ମ ନିଏ ଅନେକ ପ୍ରଶ୍ନ !

ଅଥୟ ମନ 

ଭାବନା ଜଳଧି ଜୁଆରରେ ପଇଡ ଟିଏ ପରି

ଉବୁ ଟୁବୁ ହୋଇ ଅଜାଡି ହୁଏ ସିକ୍ତ ବାଲି ପଠାରେ

ସହସ୍ର ଶାମୁକା ଆଉ ଖୋଳ୍ପା ମାନଙ୍କ ସହ

ତଥାପି ନିଆରା ବିଶ୍ୱାସ

ପ୍ରକୃତି . . . "ଧରିତ୍ରୀ ମା"

ସମାହିତ କରିନେବ ତା ଉପରେ ସାଧିଥିବା 

ଅକଥନୀୟ ଅତ୍ୟାଚାର ସବୁକୁ

ମମତାମୟୀ ଉର୍ବୀ କ୍ଷମା ଗୁଣେ

ମାଫ କରିଦେବ

ଏବଂ, ପୁଣି ଚଳ ଚଞ୍ଚଳ ହୋଇ ଉଠିବ ଏ ଧରାପୃଷ୍ଟ

ବୋଧହୁଏ, ଏବେ ମଣିଷ ସମାଜ

ପୂର୍ବାପେକ୍ଷା ଅନେକ ସୁଧୁରିଯାଇଥିବ।


* * * * * *


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍