STORYMIRROR

Gouranga Patel

Others

4  

Gouranga Patel

Others

ହଜି ଯାଇଛି ମୋ ପିଲାଦିନ

ହଜି ଯାଇଛି ମୋ ପିଲାଦିନ

1 min
259


ଇଚ୍ଛାହୁଏ ଏବେ ହୁଅନ୍ତି ଛୁଆଟେ

ଖେଳ କୁଦେ ମାତିଥାନ୍ତି,

ପଢ଼ ପଢ଼ ବୋଲି କୁହନ୍ତେ ନି କେହି

ନଥାଆନ୍ତା ଚିନ୍ତା କ୍ଲାନ୍ତି ।୧।


ଲମ୍ବା ଦୌଡମାରି ପୋଖରୀକୁ ଡେଇଁ

ଦି'ହାତେ ପାଣି ମାପିବା,

ପୋଖରୀ ମଝିର ତ୍ରୀଶୂଳ ମୁଣ୍ଡିକୁ

କୁତୁହଲ ଛୁଇଁବାଟା ।୨।


ଉଡନ୍ତା କଙ୍କିର ପୁଚ୍ଛ ଧରିବାଟା

କେତେ ମଜା ଲାଗୁଥିଲା,

ପରଜାପତିଟା ମତୁଆଲା ସାଜି

ମନ ଟାଣି ନେଉଥିଲା ।୩।


କୁନି ମୁନା ଟୁନା ଛଗନ ବାବନା

ସାଙ୍ଗ ସାଥିଙ୍କ ସେ ମେଳ,

ବଡ ହେବା ସାଥେ କିଏ କାହିଁଗଲେ

ସହଜେ ମିଳୁନି ଠାବ ।୪।


ଆମ୍ବ ଜାମୁକୋଳି ପଣସ ଖଜୁରୀ

ତରଭୁଜ ତାଳ କେନ୍ଦୁ,

ଖଟା ମିଠା କସା ସ୍ୱାଦ ଚାଖୁଥିଲେ

ଭୁଲିକି ପାରିବ କେହୁ ।୫।


ବହି ବସ୍ତାନୀ ଓ ସିଲଟ ଖଡିର

ଚକ କଳ ନଳ ଲେଖା,

ଝର କଲମର ନୂତନ ପ୍ରବାହ

ନୂଆ ବାଟେ ଟାଣିନେଲା ।୬।


ସ୍ଥାନ କାଳ ପାତ୍ର ପ୍ରବର୍ତ୍ତନଶୀଳ

ସମୟ ତା ମୂକସାକୀ,

ଦିନ ବିତିଯାଏ ସାନ ବଡ ହୁଏ

ଏହିତ ଦୁନିଆଁ ରୀତି ।୭।


ବିତି ଯାଇଥିବା ପିଲାଦିନ ଗୁଡା

ମନେ ପଡେ ବାରମ୍ବାର,

ଯଦିଓ ଜାଣିଛି ଫେରିବନି କେବେ

ମନ ମନ୍ଦିରେ ଅମର ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍