STORYMIRROR

Gouranga Patel

Others

3  

Gouranga Patel

Others

ଉପର ତଳ

ଉପର ତଳ

1 min
200


( ପି ସି )

- - - - - -

ପ୍ରଶାସନ ଛତ୍ରର ଅଢୁଆଳରେ

କାମ ଦେବା ଲୋକ, କାମ କରିବା ଲୋକଙ୍କ ମଧ୍ୟରେ

ହାତଠାରି ଆଖିର ଇସାରାରେ ଫିକ୍ସ ହୁଏ

ପ ର୍ ସେ ଣ୍ଟ ଏ ଜ୍ . . . ଏକ ଚୁମ୍ବକୀୟ ଚୁକ୍ତିନାମାଟିଏ

ଓପନ ସିକ୍ରେଟ 

ଦେଖିଥିବେ ଅନେକାଂଶରେ ରାସ୍ତାମାନଙ୍କର ପିଚୁକାମ

ଏବେ କାମ ସରିଛି ଆର ବରଷକୁ ବର୍ଷା ସମୟରେ

ଏଠି ସେଠି ଖାତ, ପାଣି ଜମିଥିବ 

ମାମୁଲି ଗଭୀର, ଗୋଟିଏ ବିତା ନା ବେଶୀ ଜାଣିହୁଏନି

ସେଥିରେ କାହା ସାଇକେଲ ଚକ, ବାଇକ ଚକ ପଡି 

ଅଘଟଣ ଘଟିବା ସ୍ୱାଭାବିକ, ଅନେକେ ଭୁକ୍ତଭୋଗୀ ବି 

ଠକାଠକି କାରବାର !

କାହା ଯୋଗୁ କିଏ ଶିକାର

ସେଇମାନଙ୍କର ସମଷ୍ଟି ବୁଝି ପାରନ୍ତିନି

ଅର୍ଥ ଲୋଭରେ ଅନର୍ଥ ଭିଆଇବା, ଧର୍ମ ସହିବତ ?

ସେଇ ରାସ୍ତାରେ ତାଙ୍କ ନିଜଲୋକବି ଯିବା ଆସିବା କରନ୍ତି

ଆଜି ନହେଲେ କାଲି ,କାଲି ନହେଲେ ପଅରଦିନ ଘଟିବ

ନିଜ ହାତରୁ ଠନ ଠନ ଚୁକ୍ତି କରିବାକୁ ପଡିବ

ସତ୍ୟର ହିସାବ ଖାତାରେ ଭାଗଶେଷ ଶୂନ୍ୟ ନହେବାଯାଏ

ଇହଧାମରେ ନିଜ ଛାତିଭିତର ଛୋଟିଆ ମେସିନଟା ଧଡ଼ ଧଡ଼ ହେଉଥିବାଯାଏ


= = = = = = = = = = = = 


( ଏ ଭି )

- - - - - - 

ଅପର ପକ୍ଷରେ

କେବେ ଦେଖିଛକି ଟ୍ରେନର ବର୍ଥ ଖସିପଡିବାଟା

କୌଣସି ପ୍ରକାର ନିମ୍ନ ମାନର କାମ ଯୋଗୁ ?

ଲୋକାଲ ଟ୍ରେନର ଗେଟରେ ବୋଝାଏ ମଣିଷ ଦାଉରୁ 

ସପୋର୍ଟ ବାର ଢିଲାହେବା, ଖୋଲିଯିବା !

ନା, ଶୁଣିନି

ଟସ ରୁ ମସ ହୁଏନି

ତାହାହିଁ

ମଜବୁତ କାମର ଉଚିତ ଉଦାହରଣ ସାବ୍ୟସ୍ତ ହୁଏ

ଏହାକୁ କୁହାଯାଉ 

ଏ ଡ଼ ଭା ନ୍ ଟେ ଜ୍



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍