Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational

4.0  

Akshayakumar Dash

Inspirational

ଉତ୍କଳ ଭାଗ୨

ଉତ୍କଳ ଭାଗ୨

1 min
282


କଳିଙ୍ଗ, ଉତ୍କଳ, ଆଜିର ଓଡିଶା

ଗଣତନ୍ତ୍ର କୀର୍ତ୍ତି ବାନା

ଲୁଟିନେଉଛନ୍ତି ନେତାମାନେ ମିଶି

ଲୋକଭୋକେ ମରେ ଅନା ।


ନାରୀସୁରକ୍ଷାର ଡିଣ୍ଡିମ ବଜେଇ

ଏଣେ ବଢେ ଅତ୍ୟାଚାର

ଶିଶୁକୁ ମିଳେନି ଚିକିତ୍ସା ଉତ୍ତମ

କମେ ଶିଶୁକନ୍ୟା ହାର ।


ଶିକ୍ଷା ଲାଭକରି ଯୁବକ ବେକାରୀ

ଚାକିରୀ ର ନାହିଁ ଦେଖା

ମଫସଲ ଜମି ପଡିଆ ପଡିଛି

ବିପିଏଲ ନାମ ଲେଖା ।


ଶିକ୍ଷକ ନିଯୁକ୍ତି ଦିଆଯାଉନାହିଁ

ବିଦ୍ୟାଳୟ ପାଠ ପଢା

ଅଚଳ ହେଲାଣି ବ୍ୟବସ୍ଥା ସବୁଠି

ଭାଷଣ ତ ମନ ଗଢ଼ା ।


କଳ କାରଖାନା ଅଚଳ ବ୍ୟବସ୍ଥା

ବଢି ଚାଲେ ମୂଲ୍ୟ ହାର

ଭୋଟ ନେବାକୁ ନେତାଙ୍କର ଦେଖା

ମାଗନ୍ତି ଦ୍ଵାରକୁ ଦ୍ୱାର ।


କୃଷକ କଲ୍ୟାଣ ବିଭାଗର କାମ

କୃଷକ ମାରଣ ନୀତି

କୁଜିନେତା ମାନେ ଦୁର୍ନୀତି କରିଲେ

କାହାକୁ ନକରି ଭୀତି ।


ପ୍ରଶାସନ ଦେଖି ଲାଞ୍ଚ ନିଏ ଚାଖି

ମାଫିଆ ମାନଙ୍କ ଭାଉ

ଏଜେନ୍ସି କୁ ଦେଇ ଲାଭ ପାଏ ସେଇ

ଶକ୍ତି ବିଭାଗର ଦାଉ ।


କୁଟିର ଶିଳ୍ପକି ତନ୍ତ କାରିଗର

ଅଭାବରେ କାଟି କାଳ

କୌଳିକ ପ୍ରଥାରୁ ଓହରି ଆସିଲେ

ଦୋକାନ ମାଳକୁ ମାଳ ।


କେବେଏ ଓଡିଶା ଜାଗିବ କଳିଙ୍ଗ

ବିଭବ କି ଯଶ ରଖି

ବାଡ଼ ଯଦି ଖାଏ ଫସଲ କି ହେବ

ପରିସ୍ଥିତି କୁହ ସଖି ।



Rate this content
Log in