ମୌନ କିଆଁ ତୁମେ ମନୁଆ ଠାକୁର
ମୌନ କିଆଁ ତୁମେ ମନୁଆ ଠାକୁର
ମୌନ କିଆଁ ତୁମେ ମନୁଆ ଠାକୁର
ସଂସାର ର ଦୁଃଖ ହେଲାଣି ଉଚ୍ଛୁର
ମୃତ୍ୟୁ ଏଠି ଆସି ପ୍ରତ୍ୟେକ ଦୁଆରେ
ଲୁଚକାଳି ଖେଳେ ମହାଆନନ୍ଦରେ।
ତୁମ ଆଖି ଆଗେ ସବୁ ତ ହେଉଛି
ଭୟ ର ବତାସ ସର୍ବତ୍ର ବହୁଛି
ତୁମେ ନୀରବଦ୍ରଷ୍ଟା କିଆଁ ହୁଅ ପ୍ରଭୁ
ଦୟନୀୟ ଚିତ୍ର ଦିଶିଲାଣି ଭବୁ।
ତ୍ରାହି ତ୍ରାହି ଏଠି ସୁଭୁଛି ଚିତ୍କାର
ପ୍ରକୃତିର କୋପ କଲାଣି ଅଧିର
କୁହ ତମେ କିଆଁ ହୋଇଲ ବଧିର
କ୍ଷତ ନୁହଁ ଦେହେ ବହୁଛି ରୁଧିର।