STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ନନ୍ଦରାଣୀଙ୍କ ବିଳାପ.୪

ନନ୍ଦରାଣୀଙ୍କ ବିଳାପ.୪

1 min
297

ରଙ୍କର ରତନ ଧନରେ,ମୋର ଗଳାର ହାର,

ଅନ୍ଧର ଲଉଡି ମୋହର,ହୃଦ ରତନ ହାର ।


ଲାବଣ୍ୟ ମୂରତିି ମୋହନ, ଶିଖେ ମୟୁର ଚୂଳ,

ଲମ୍ବିଛି ଗଳାରେ ତୋହର ବନଫୁଲ ର ମାଳ ।


ବଂଶିବାଇ ନିତି ବନସ୍ତେ ବୁଲୁରେ ବନମାଳି

ବୁଲି ଲଟାବୁଦା ତୋଳିଣ ଖାଉ ବଇଁଚ କୋଳି ।


ଶତ ଭାର ପଦ୍ମ ତୋଳିଲୁ,ପଶି କାଳିନ୍ଦୀ ଜଳେ

ଶକଟାସୁରକୁ ନାଶିଲୁ,ଗୋପରେ ଅବହେଳେ ।


ଶ୍ୟାମ ମୋକୋଳରେ ବସିଣ,ହାଇମାରିବା ବେଳେ,

ସପତ ବ୍ରହ୍ମାଣ୍ଡ ଦେଖାଇଥିଲୁ, ମୋତେ ସେକାଳେ ।


ସଙ୍କଟ ଆସିଲା ଗୋପରେ ଧନ ଥରକୁ ଥର

ସବୁ ସଙ୍କଟକୁ ଗୋପୋକୁ ରକ୍ଷାକଲୁ ଶ୍ରୀଧର ।


ହସ ହସ କଳଶ୍ରୀମୁଖ,ବାବୁ ନନ୍ଦ ଦୁଳ୍ଲାଳ,

ହରକ୍ଷ ହୋଇଣ ବ୍ରଜରେ ସଦା କର ବିହାର ।


କ୍ଷମାକର କ୍ଷମାନିଧି ହେ,ନଯା ମଧୁପୁରକୁ,

କ୍ଷମା ପାରାବାର କ୍ଷମହେ,ଦୀନ ଘନଶ୍ୟାମକୁ ।



Rate this content
Log in

Similar oriya poem from Inspirational