STORYMIRROR

pawan Mohakul

Inspirational

3  

pawan Mohakul

Inspirational

କାହାକୁ କହନ୍ତି ଧର୍ମ

କାହାକୁ କହନ୍ତି ଧର୍ମ

1 min
443

ପାଞ୍ଚ ଦିନ ପାଇଁ ପଞ୍ଚୁକ ପାଳିଲେ

କିଛି ଲାଭ ନାହିଁ ଏଠି 

ନାରୀ ଶରୀର କୁକୁର ବିଲୁଆ

ଝୁଣି ଖାଉଛନ୍ତି ସେଠି ।


ଧାର୍ମିକ ମାସରେ ଧର୍ମ କରିବାକୁ

ମନୁଷ୍ୟ ଆଇଁଷ ଛାଡି 

କାମନା ଭୋକରେ ଜର୍ଜରିତ ହୋଇ

ମନୁଷ୍ୟକୁ ଦିଏ ପୋଡ଼ି ।


ଟଙ୍କା ପଇସାର ମିଶ୍ରଣରେ ଏଠି

କରୁଅଛ ଯେଉଁ କର୍ମ 

ଥରେ ପଚାରିଲ ନିଜ ବିବେକକୁ

କାହାକୁ କହନ୍ତି ଧର୍ମ ।



Rate this content
Log in

Similar oriya poem from Inspirational