ଶୀତର ଶୀତଳତା
ଶୀତର ଶୀତଳତା
ଶୀତର ପୁଲକିତ ପହିଲି ପରଷ
ସବୁଜ ମଟର ଛୁଇଁ କରେ ଆହ୍ଲାଦିତ
ବହଳ ଚୋପା ତଳେ ଶୂନ୍ୟତାର ଚିହ୍ନ
ସତେ ଅବା ବିଶ୍ୱାସ ଅବିଶ୍ୱାସର ଖେଳ ଏ ଆଜନ୍ମ ।
ଗ୍ରୀଷ୍ମ, ବର୍ଷା ପରେ ପୁଣି ଶୀତର ସମ୍ଭାର
ସଦା ଚଳ ଚଞ୍ଚଳ ଏ ଆବର୍ତ୍ତନର ଚକର
କାହାର ଛୁଟୁଛି ସୁଅ ଶୀତସମ୍ଭୋଗର
ଛିଣ୍ଡା କନ୍ଥା କମ୍ବଳରେ କିଏ ସାଉଁଟେ କାକର ।