Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଶ୍ରୀରାଧା ଶରଣମ୍

ଶ୍ରୀରାଧା ଶରଣମ୍

1 min
206


ତପ୍ତ କାଞ୍ଚନ ଗୌରଙ୍ଗୀ ରାସେଶ୍ୱରୀ ରାଧା l

ତୋର ସୁମିରଣେ ମାତ ନ ଲାଗଇ ବାଧା ll

ଉତ୍କଳ ମାଟିର ଜୟଦେବ ମହାକବି l

ଗୀତଗୋବିନ୍ଦ ରଚିଲେ ତୋତେ ଭାବି ଭାବି ll

ତୋର ଅଂଶେ ଜନ୍ମି ଭକ୍ତ ଜଗନ୍ନାଥ ଦାସ l

ଶିରି ଭାଗବତ ରଚି ଉତ୍କଳର ବ୍ୟାସ ll

ତୋର ନାମ ଗାଇ ଗାଇ ଶ୍ରୀଚୈତନ୍ୟ ବୁଲେ l

ଉଦଣ୍ଡ କୀର୍ତ୍ତନ ନୃତ୍ୟ ଭକ୍ତ ଗଣ ତୁଲେ ll

ଶ୍ରୀକୃଷ୍ଣ ଶ୍ରୀଚଇତନ୍ୟ ପ୍ରଭୁ ନିତ୍ୟାନନ୍ଦ l

ହରେକୃଷ୍ଣ ହରେରାମ ଶ୍ରୀରାଧେଗୋବିନ୍ଦ ll

ରାଧା ପାଦଧୂଳି ନାଶେ କଳାକାହ୍ନୁ ବ୍ୟାଧି l

ରାଧା ପାଦ ଦର୍ଶନରେ ସର୍ବ କାର୍ଯ୍ୟ ସିଦ୍ଧି ll

ତଵ ପାଦ ମାତ କରୁ ମୋ ଶିର ମଣ୍ଡନ l

ସେ ପାଦେ ଶରଣ ମାଗେ ଦୀନ ଅକିଞ୍ଚନ ll



Rate this content
Log in

Similar oriya poem from Inspirational