ଦୁର୍ଲଭ ବନ୍ଧୁତ୍ୱ
ଦୁର୍ଲଭ ବନ୍ଧୁତ୍ୱ
ଆମରଣ ପଥ ନିଷ୍କପଟ ଯୁକ୍ତ
ତୁମ ବନ୍ଧୁତ୍ୱକୁ ନେଇ
ଅପରିହାର୍ଯ୍ୟ ମୋ ନିଷ୍କର ନିର୍ମଳ
ବନ୍ଧୁତ୍ୱର ଭାର ବହି... ।
ଅସୀମ ନିଃସ୍ଵାର୍ଥ ନିର୍ବୋଧ ମୋ ବନ୍ଧୁ
ତୁମ ରୂପାନ୍ତର କରି
ଶ୍ଵେତ ଫର୍ଦ୍ଦେ ଆହା ବର୍ଣ୍ଣିବି ମୁଁ ବୋଲି
ତୁମ ପଟନ୍ତର କରି... ।
ନବାଗତ ମୋର ସୁବର୍ଣ୍ଣ ସମକ୍ଷ
ସୁଧା ତୁଲ୍ୟ ଏ ସମ୍ପର୍କ
ନିଷ୍କଳଙ୍କ ଏହି ଦୁର୍ଲଭ ବନ୍ଧୁତ୍ୱ
ହୀରକ ସଦୃଶ ଅର୍ଘ... ।
ଶୁଦ୍ଧ ଆବରଣ ଚିର ଆଚ୍ଛାଦିତ
ସର ବନ୍ଧୁତ୍ୱ ବନ୍ଧନ
ଆଦ୍ୟରୁ ଶାଶ୍ୱତ ଶୋଭ୍ୟ ପ୍ରଜ୍ଜଳିତ
ବନ୍ଧୁ ର ଦୀପ୍ତ ହୁତାଶନ... ।
ପ୍ରତି ଦିନେ ପ୍ରାପ୍ୟ ମଧୁର ଆଳାପ
ଅନନ୍ତ ସୁଖରେ ସାର
କ୍ଲାନ୍ତ ଅନୁଭବ ହୁଏ ନାହିଁ କେବେ
ବନ୍ଧୁତ୍ୱ ଅର୍ଥ ଯେ ସାର... ।
କ୍ଷତ ଯୁକ୍ତ ଭାବ ହୃଦ ପ୍ରତିଘାତ
ସବୁ ସେ ନିରେଖି ନିଏ
ଲୋକିତ ନୟନ ଅନୁକମ୍ପା ପୂର୍ଣ୍ଣ
ସବୁ ବଖାଣି ସେ ଦିଏ... ।
ନିସହାୟବସ୍ଥେ ବିଚ୍ଛେଦ ନହୋଇ
କର୍ତ୍ତବ୍ୟ ସାଉଁଟି ଭରେ
ଅଧରେ ହାସ୍ୟ ମନ ଉଲ୍ଲାସିତ
ଯନ୍ତ୍ରଣା ମୋ ଦୂର କରେ... ।
ମୁଖେ ମଧ୍ୟେ ହସ ଫୁଟାଇବା ପାଇଁ
ହାସ୍ୟ ଭରା ନାଟ କରେ
ଅଶ୍ରୁକୁ ସାଉଁଟି ଅମୂଲ୍ୟ ସେ ମୋତି
ତାର ମୂଲ୍ୟାୟନ କରେ... ।
ସଦା ରହିଥାଏ ସୁଖରେ ଦୁଃଖରେ
ବନ୍ଧୁର କଳନା ନାହିଁ
ଅନ୍ତ ସମ ଯାଏ ବନ୍ଧୁ ଥାଏ ପରା
ବନ୍ଧୁତ୍ୱର ଭାବ ନେଇ... ।
କ୍ରୋଧାଶକ୍ତ କେବେ ହୋଏ ନାହିଁ ସେତ
ସ୍ନେହ ର ବରଷା କରେ
ଯହିଁ ଥିଲେ ବନ୍ଧୁ ଦୂରୀଭୂତ ହୋଇ
ମନ ରେ ଭାବନା ଭରେ... ।
ବନ୍ଧୁତା ବର୍ଣ୍ଣିଲେ ଅସୀମ ସେ ଶବ୍ଦ
କାହୁଁ ମନେ ଉଙ୍କି ମାରେ
ଫର୍ଦ୍ଦ ପରେ ଫର୍ଦ୍ଦ ଶେଷ ହୋଇଯିବ
ବନ୍ଧୁତା ବର୍ଣ୍ଣନା ଭରେ... ।
ଅସରନ୍ତି ଏହି ଭାବନା ସମ୍ଭାର
କାହୁଁ ଆଜ ସରିଯିବ
ବର୍ଣ୍ଣୁ ଥିବି ଯଦି ଏହି ପରି ଭାବେ
ଦିନ ମୋର ସରିଯିବ.... ।
ଆଶା କରୁଅଛି ବନ୍ଧୁତାକୁ ମୋର
ସାଇତି ରଖିବ ସଦା
ମନେ ଦ୍ଵନ୍ଦ୍ୱ ଭାବ ନରଖିବ ବନ୍ଧୁ
ତୁମରି ସମ୍ପର୍କେ ବନ୍ଧା..... ।
