STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାଲ ଭୋଟ ଦେବା

ଚାଲ ଭୋଟ ଦେବା

1 min
8

   

କାଉ ରାବିଲେଣି ପାହିଲା ରାତି l

    ଉଠ ଉଠ ବନ୍ଧୁ ଉଠରେ ସାଥି ll

ଚାଲ ଚାଲ ବନ୍ଧୁ ଚାଲରେ ଯିବା l

   ଭୋଟକେନ୍ଦ୍ରକୁ ଭୋଓଟ ଦେବା ll

ନେତା ନିର୍ବାଚନ ନେତା ଚୟନ l

    ଆମରି ହାତରେ ଆମ ଶାସନ ll

ଆମ ଗଣତନ୍ତ୍ର ସାରା ବିଶ୍ୱରେ l

    ଚର୍ଚ୍ଚିତ ହୁଅଇ ଦେଶ ଦେଶରେ ll

ଗଣତନ୍ତ୍ରରେ ଏ ପର୍ବ ମହାନ୍ l

     ଗଣତନ୍ତ୍ର କଥା ଶାସ୍ତ୍ରେ ବର୍ଣ୍ଣନ ll

ରାମ ତେଜିଥିଲେ ସତୀ ଜାନକୀ l

     ପ୍ରଜାନୁରଞ୍ଜନ ପ୍ରଜା ପାଇଙ୍କି ll

କି କହିବି କଥା ଧର୍ମରାଜଙ୍କ l

      ମହାଭାରତର ମହାନାୟକ ll

ଆମ ଗଣତନ୍ତ୍ର ବେଦ ବର୍ଣ୍ଣନ୍ତି l

    ଚାରି ଖମ୍ବେ ଯାର ଅଛି ସଂସ୍ଥିତି ll

ଚଷା ହୁଡ଼େ ସିନା ବରଷେ ଭାଇ l

    ଭୋଟର ହୁଡ଼ିଲେ ପାଞ୍ଚଟି ଯାଇ ll

ଆସ ଆସ ଭାଇ ଭୋଟ ଦେବା l

   ଦେଖି ଶୁଣି ଆମ ନେତା ବାଛିବା ll

ଦେଶେ ବୁଲୁଛନ୍ତି ବହୁତ ଠକ l

     ସରୁ କଥା କୁହା ଶଠ ଧାର୍ମିକ ll

ବଚନ ମଧୁର ତିଳକ ସରୁ l

     ଏମାନେ ଅଟନ୍ତି ଠକଙ୍କ ଗୁରୁ ll

ଭୋଟଦାନ ଆମର ଅଧିକାର l

   ଦେଶେ ଗଢ଼ିଦେବା ଦୃଢ଼ ସର୍କାର ll

ଦେଖିଶୁଣି ନେତା ବାଛରେ ଭାଇ l

     ବେଶି ଆଉ କିଛି କହିବି ନାହିଁ ll

       


Rate this content
Log in

Similar oriya poem from Inspirational