STORYMIRROR

Henarani Senapati

Inspirational

3  

Henarani Senapati

Inspirational

ଶୀତ

ଶୀତ

1 min
209

ଏ ଥଣ୍ଡା ଶୀତୁଆ ଅନ୍ଧାର ରାତି  

ମଖମଲ ଗଦି ମନ ନିଏ ନିତି  

ଅବୁଝା ମନରେ ।।

ଏଇ ଋତୁ ଦେହ ଶିତେଇ ଦିଏ  

ଏ ସୂର୍ଯ୍ୟ କିରଣ ମନକୁ ଲୋଭାଏ  

ଅବୁଝା ମନରେ ।।

ମୁଗ୍ଧ କରେ ଦୂର ଶିଶର ବିନ୍ଦୁ  

ଝରିଯାଏ ଯେହେଁ ସୁନାର ସିନ୍ଧୁ  

ଅବୁଝା ମନରେ ।।

ମୃଦୁ ମଳୟରେ ଶରୀର ଥଣ୍ଡା  

ପାଣି ପବନ ତ ବହୁତ ଥଣ୍ଡା  

ଅବୁଝା ମନରେ ।।

ଛଣା ଛଣି ଲାଗେ ପାଟିକି ମଜା  

ଗରମା ଗରମ ତେଲରେ ଭଜା  

ଅବୁଝା ମନରେ ।।

ସାଙ୍ଗ ଜଣେ ଥିଲେ ପାଖରେ ବସି  

ଶ୍ରଦ୍ଧା ଅନୁରାଗ ଉଠଇ ହସି  

ଅବୁଝା ମନରେ ।।

କାହିଁ କେତେ ଚିନ୍ତା ଦୂର ହେଇଯାଏ  

ଅସରା ଅସରା ଦୁଃଖ ବର୍ଷିଯାଏ  

ଅବୁଝା ମନରେ ।।

ହସ ମୁଣି ଆପେ ଖୋଲି ତ ଯାଏ  

ସ୍ମୃତି ସବୁ ମୂଖ୍ୟ ଭୂମିକା ନିଏ  

ଅବୁଝା ମନରେ ।।

ଶୀତ ଆସିଅଛି ସତେଜ ହେଇ  

ସବୁଜ ପରିବା ସାଙ୍ଗରେ ନେଇ  

ଅବୁଝା ମନରେ ।।

ଆହା କି ସୁନ୍ଦର ସୃଷ୍ଟି ସର୍ଜନା  

ଋତୁ ନେଇ ଫଳ ଆଶ୍ରୟ ସିନା  

ଅବୁଝା ମନରେ ।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational